ଦେଙ୍ଗା ସାଗେନ ଫୁଟବଲ ପ୍ରତିଯୋଗିତା 

ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଦେଙ୍ଗା ସାଗେନ୍ ୟୁଥ୍ କ୍ଲବ୍ ଆୟୋଜିତ ୯ ମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତ୍ରିଜଙ୍ଗା ସ୍ଥିତ ଖେଳ ପଡ଼ିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜୁନିଅର ଫୁଟବଲ କ୍ଲବ ଦାନଗଦୀ (ଏ )ଜୁନିଅର ଫୁଟବଲ କ୍ଲବ ତ୍ରିଜଙ୍ଗା (ବି ) ଯଥାକ୍ରମେ ଚମ୍ପିୟାନ ଓ ରନର୍ସ ଅପ୍ ଏବଂ ମୁନ୍ ଲାଇଟ୍ କ୍ଲବ ୩ୟ ଓ ମହାବୀର୍ ଆଣ୍ଡ୍ ମହାବୀର୍ ୪ର୍ଥ ସ୍ଥାନ ଅଧିକାର କରିଥିଲେ । ମୁଖ୍ୟ ଅତିଥି  ଭାବେ ମନ୍ତ୍ରୀ ଡ଼.ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଭାଇସ୍ ପ୍ରେସିଡେଣ୍ଟ ସିଆରଏମ୍ ଜିନ୍ଦଲ ଷ୍ଟେନଲେସ୍ ବି.ଡି.ବଂଶଲ ଯୋଗ ଦେଇଥିଲେ । ଆନ୍ଦ୍ରିଆସ୍ କାଣ୍ଡୁଲନା, ପୂର୍ଣ୍ଣ ସୋରେନ୍, ପପୁ ବାସ୍କେ ଓ କାଳିନ୍ଦୀ ମୁର୍ମୁ ମ୍ୟାଚ ପରିଚାଳନା କରିଥିଲେ । କ୍ଲବ ସଭାପତି ବୁଦ୍ଧିରାମ୍, ସଂପାଦକ ବିରସିଂହ ବଦରାଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।