୮୪ଜଣ ଏ-୧ରେ କୃତକାର୍ଯ୍ୟ

 ଯାଜପୁର ଟାଉନ : ପ୍ରକାଶ ପାଇଛି ମ୍ୟାଟି୍ରକ ପରୀକ୍ଷା ଫଳ । ଚଳିତ ବର୍ଷ ଯାଜପୁର ଜିଲାରୁ ମୋଟ୍ ୨୩ହଜାର୭୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୨୨ହଜାର୫୪୨ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ପରୀକ୍ଷାରେ ଜିଲାରେ ବିଭିନ୍ନ ବିଦ୍ୟାଳୟରେ ଏ-୧ରେ ୮୪ଜଣ, ଏ-୨ରେ ୪୯୧, ବି-୧ରେ ୧୬୫୮, ବି-୨ରେ ୩୭୭୯, ସି-୬୨୫୩, ଡି-୬୯୧୮, ଇ-୩୩୫୯ ଗ୍ରେଡ଼ରେ କୃତ କାର୍ଯ୍ୟ ହୋଇଥିବା ବେଳେ ୧୧୭୫ ଛାତ୍ରଛାତ୍ରୀ ଅକୃତ କାର୍ଯ୍ୟ ହୋଇଛନ୍ତି । ଜିଲାର୪୪୩ଟି ସ୍କୁଲରେ ମୋଟ୍ ୨୪ହଜାର୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିଥିବା ବେଳେ ୩୫୫ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।  ପରୀକ୍ଷାରେ ଛାତ୍ରଙ୍କ ପାସ୍ ହାର୧୧ହଜାର୨୫୯ ଥିବା ବେଳେ ଛାତ୍ରୀଙ୍କ ପାସ୍ହାର ୧୧ହଜାର୨୮୩ ରହିଥିବା ଜଣାପଡ଼ିଛି । ମୋଟା ମୋଟି ଜିଲାରେ ପାସ୍ ହାର ୯୫.୦୪ ପ୍ରତିଶତ ଫଳ ପ୍ରକାଶ ପାଇଛି ।