ସାମ୍ବାଦିକଙ୍କୁ ବିଦ୍ୟାବାରିଧି ସମ୍ମାନ

 ବ୍ୟାସନଗର : ବାସ୍ତୁଶାସ୍ତ୍ର ଉପରେ ସ୍ୱତନ୍ତ୍ର ଅଧ୍ୟୟନ ପିଏଚଡିରେ ଉତୀର୍ଣ୍ଣ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀଙ୍କୁ ବିଦ୍ୟାବାରିଧି ଭୂଷଣରେ ସମ୍ବର୍ଦ୍ଧିତ କରାଯାଇଛି । ଡକ୍ଟର ପାଢ଼ୀ ଇଣ୍ଡିଆନ ବାସ୍ତୁ ଏକାଡେମୀରେ ଦୁଇ ବର୍ଷ ଗବେଷଣା ପରେ ତାଙ୍କ ସନ୍ଦର୍ଭ (ଦି ଇମ୍ପାକ୍ଟ ଅଫ ବାସ୍ତୁ ଇନ ଇଣ୍ଡିଆନ କଲଚର)ଟି କୋଲକତା ସ୍ଥିତ ୟୁନିଭର୍ସିଟି ଅଫ ଓରିଏଂଟାଲ ଷ୍ଟଡ଼ିଜ ଆଣ୍ଡ ରିସର୍ଚ୍ଚ ପ୍ରଫେସରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଚଳିତ ବର୍ଷ ଉକ୍ତ ବିଶ୍ୱ ବିଦ୍ୟାଳୟ ତରଫରୁ ଏକମାତ୍ର ସଫଳ ପିଏଚଡି ସ୍କୋଲାର ଭାବେ ଇଣ୍ଡିଆନ ବାସ୍ତୁ ଏକାଡେମୀର ୧୮ ତମ ସମାବର୍ତନ ଡଃ ପାଢି ଙ୍କୁ "ବିଦ୍ୟାବାରିଧି" ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ରବିବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଅଫ ଓରିଏଂଟାଲ ଷ୍ଟଡ଼ିଜ ଆଣ୍ଡ ରିସର୍ଚ୍ଚ ଡିନ ପ୍ରଫେସର ଡକ୍ଟର ଶ୍ୟାମଳ ଭଟ୍ଟାଚାର୍ଯ୍ୟ, ରେଜିଷ୍ଟ୍ରାର ପ୍ରଫେସର ଡକ୍ଟର ଗୋପୀ ଶାସ୍ତ୍ରୀ, ଭାଇସ ଚାନସେଲର ପ୍ରଫେସର ଡକ୍ଟର ରାମକ୍ରିଷ୍ଣ ଶାସ୍ତ୍ରୀ, ଇଣ୍ଡିଆନ ବାସ୍ତୁ ଏକାଡେମୀ ମ୍ୟାନେଜିଙ୍ଗ ଡାଇରେକ୍ଟର ଡକ୍ଟର ତପସ୍ୱିନୀ ମିଶ୍ର,ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ସମେତ ଅନୁଷ୍ଠାର କର୍ମକର୍ତାଙ୍କ ଉପସ୍ଥିତରେ ଡକ୍ଟର ପାଢୀଙ୍କୁ ପିଏଚଡି ମାନପତ୍ର, ଫଳକ ଉପାଧି ପ୍ରଦାନ କରାଯାଇଛି ।