କୋରାପୁଟରେ ଏମଡିଏମ ଚାଉଳ ଚୋରି ଅଭିଯୋଗ : ପୋଲିସ ର ତଦନ୍ତ ଆରମ୍ଭ
ପିଲାଙ୍କ ଖାଦ୍ୟ ପାଇଁ ଆସୁଛି ମଧ୍ୟାହ୍ନ ଭୋଜନ ଚାଉଳ କିନ୍ତୁ ସେ ଚାଉଳ ହେଉଛି ବାଟ ମାରଣା , ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ବୈପାରିଗୁଡା କାନ୍ଦିଲିବେଡା ସରକାରୀ ବିଦ୍ୟାଳୟରୁ ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ କରିଛନ୍ତି । ପ୍ରାୟ ୧୩ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବୈପାରିଗୁଡାର କାନ୍ଦିଲିବେଡ଼ା ସରକାରୀ ଏସ୍ଏସ୍ଡି ଗୁପ୍ତେଶ୍ୱର ଉଚ୍ଚବିଦ୍ୟାଳୟରୁ ମଧ୍ୟାହ୍ନଭୋଜନ ଚାଉଳ ଚୋରି ହୋଇଥିବା ନେଇ ରାମଗିରି ଫାଣ୍ଡିରେ ଜଣାଯାଇଛି ।ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ବ ଏସଏଚଜିକୁ ଦିଆଯାଇଛି । ତେବେ ମଧ୍ୟାହ୍ନ ଭୋଜନ କରିବାକୁ ଚାଉଳ ଆଣିବାକୁ ଯିବାବେଳେ ଷ୍ଟୋର ରୁମ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୩ ବସ୍ତା ଚାଉଳ କମ୍ ଥିବା ଜାଣି ତୁରନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଏନେଇ ଫାଣ୍ଡିରେ ଅଭିଯୋଗ ହେବା ପରେ ରାମଗିରି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।