୨୧୩ ର୍ୟାଙ୍କ୍ ବର୍ଷା ପରିଡ଼ା
ଯାଜପୁର ଟାଉନ : ଓଡ଼ିଶା ସିଭିଲ୍ସର୍ଭିସ୍ ପରୀକ୍ଷାରେ ଯାଜପୁର ବ୍ଲକ ଜାଲପୁର ଗ୍ରାମର ଶଶିକାନ୍ତ ପରିଡ଼ା ଓ ପୁଷ୍ପଲତା ନାୟକଙ୍କ ଝିଅ ବର୍ଷା ଉତିର୍ଣ୍ଣ ହୋଇଛନ୍ତି । ସାରା ଓଡ଼ିଶାରେ ୨୧୩ତମ ସ୍ଥାନ ହାସଲ କରିଛନ୍ତି । ମାର୍କଣ୍ଡପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଅଧ୍ୟୟନ କରିଥିବା ବେଳେ ଦଶମ ଶ୍ରେଣୀ ମାର୍କଣ୍ଡପୁର ମହାପୁରୁଷ ମଣିଦାସ ବିଦ୍ୟାପୀଠରୁ ସଫଳତାର ସହ ଉତିର୍ଣ୍ଣ ହୋଇଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ +୨ ପାସ୍ କରିଥିବା ବେଳେ ଯାଜପୁରର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ +୩ ସଫଳତାର ସହ ଉତିର୍ଣ୍ଣ ହୋଇଥିଲେ । ସେହିପରି ଦିଲ୍ଲୀ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ଏମ୍ଏ ପାସ୍ କରିଛନ୍ତି । ୨୦୨୨ ମସିହାରେ ଦିଲ୍ଲୀରେ ରହି ୟୁପିଏସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ । ୨୦୨୩-୨୪ ମସିହାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ।ଏହି ସଫଳତା ପଛରେ ବାପା, ମାଆ, ପରିବାରବର୍ଗ ଓ ସାନଭାଇଙ୍କୁ ଶ୍ରେୟ ଦେଇଛନ୍ତି । ମୋର ଏହି ସଫଳତା ପଛରେ ମୋର ବଡ଼ ଭାଇ, ବଡ଼ ମାଆ, ବଡ଼ ବାପା, ବଡ଼ ମାଆ, ସାନ ବାପା, ସାନ ମାଆ, ଜେଜେ ମାଆଙ୍କର ସମସ୍ତ ଆଶିର୍ବାଦ ରହିଥିଲା ବୋଲି କହିଛନ୍ତି ।