ବଳଦେବଜୀଉଙ୍କୁ ଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡା : କେନ୍ଦ୍ରାପଡା ର ନୂତନ ଜିଲ୍ଲପାଳ ଶ୍ରୀ ରଘୁରାମ ଆର ଆୟାର ବୁଧବାର କେନ୍ଦ୍ରାପଡାରେ ପହଁଚି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରିଥିଲେ । ଆୟାର ପ୍ରଥମେ ଇଛାପୁର ସ୍ଥିତ ମନ୍ଦିରକୁ ଯାଇ ଦିଅଁ ମାନଙ୍କୁ ଦର୍ଶନ କରିବା ସହ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର, କନକଦୁର୍ଗା ମନ୍ଦିର ଓ ନବଗ୍ରହ ମନ୍ଦିର ପ୍ରମୁଖ ବେଢା ମଧ୍ୟରେ ଥିବା ବିଭିନ୍ନ ଅନ୍ୟ ମନ୍ଦିର ଗୁଡିକୁ ପରିଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିବା ସହ ଦିଅଁ ମାନଙ୍କ ଆଶିଷ ଭିକ୍ଷା କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଆୟାରଙ୍କୁ ଜୀଉମାନଙ୍କ ଅଙ୍ଗବସ୍ତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରା ଯାଇଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅତିରିକ୍ତ ଜିଲ୍ଲପାଳ ନବକୃଷ୍ଣ ଜେନା, ଡେପୁଟି କଲେକ୍ଟର ରମେଶ ପଣ୍ଡା, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭଳଭଦ୍ର ପତ୍ରୀ, ସୁପର ଭାଇଜର ନୃସିଂହ ପତ୍ରୀଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ ।