ଆଇଆଇଟିର ଦ୍ୱାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ସମାରୋହ: ଉଦ୍ଭାବନର ପେଣ୍ଠସ୍ଥଳି ହେଉ ଆଇଆଇଟି ଭୁବନେଶ୍ୱର: ଧର୍ମେନ୍ଦ୍ର

 ଭୁବନେଶ୍ୱର/ ଜଟଣୀ : ଜଟଣୀରେ ଅବସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱାଦଶ ଏବଂ ତ୍ରୟୋଦଶ ସଂଯୁକ୍ତ ସମାବର୍ତ୍ତନ ଉସôବ ଶନିବାର ପାଳିତ ହୋଇଯାଇଛି । ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କେ ସୁଦ, ଆଟୋମିକ୍ ଏନର୍ଜିର ସଚିବ ଡ. ଅଜିତ୍ କୁମାର ମହାନ୍ତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଚିବ ପ୍ରଫେସର ଅଭୟ କାରାନଡିକର, ଆଇଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣସର ଚେୟାରମ୍ୟାନ ଡ. ରାଜେନ୍ଦ୍ର ପ୍ରସାଦ ସିଂହ. ଆଇଆଇଟି ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ କରକମଲକର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣସର ଚେୟାରମ୍ୟାନ ଡ. ରାଜେନ୍ଦ୍ର ପ୍ରସାଦ ସିଂହ ସଭାପତିତ୍ୱ କରିଥିଲେ । ଆଇଆଇଟି ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ କରକମଲକର ସମାବର୍ତ୍ତନ ରିପୋର୍ଟ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଏହି ସମାବର୍ତ୍ତନ ସମାରୋହରେ ପ୍ରତିଷ୍ଠାନ ପକ୍ଷରୁ ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୧୩୮୮ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮% ହେଉଛନ୍ତି ପିଏଚ୍ଡି, ୧୯% ଏମ୍ଟେକ୍, ୧୪% ଏମ୍ଏସ୍ସି, ୧୪% ଡୁଆଲ ଡିଗ୍ରୀ (ବିଟେକ୍ ଓ ଏମ୍ଟେକ୍) ଏବଂ ୪୫% ବିଟେକ୍ ଛାତ୍ରଛାତ୍ରୀ ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଇଆଇଟି, ଭୁବନେଶ୍ୱରକୁ ଟିଚିଂ, ରିସର୍ଚ୍ଚ ଓ ଇନୋଭେସନର ପେଣ୍ଠସ୍ଥଳି  କରିବାକୁ ହେବ । ତେବେ ଯାଇ ଭାରତର ଅର୍ଥନୀତି ୫ରୁ ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ । ଏହା ଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ । ଏହା ସହିତ ସେ ଆହୁରି କହିଛନ୍ତି ଯେ, ଏହି ସମୟ ଭାରତର ସମୟ । ଭାରତୀୟ ସଭ୍ୟତା ପାରମ୍ପରିକ ଭାବରେ ବିଶ୍ୱର ନେତୃତ୍ୱ ଏବଂ ଦାୟିତ୍ୱ ନେଇଛି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ପରିଣତ ହୋଇଛି । ଆମ ଦେଶ ଖୁବ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଅନେକ ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ଭାରତର ଅର୍ଥନୀତି ୫ରୁ ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବ । ଏହି ସମୟରେ ଆମକୁ ନୂଆ ଜ୍ଞାନର ଅନ୍ୱ୍ୱେଷଣ କରିବା ପାଇଁ ହେବ । ଭାରତ ଏକ ଜ୍ଞାନ ଭିତ୍ତିକ ସମାଜ । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ । ଆମେ ଏବେ ଶିଳ୍ପ ବିପ୍ଳବ ୪.୦ରେ ଅଛୁ । ଶିଳ୍ପ ବିପ୍ଳବ ଆରମ୍ଭ ପୂର୍ବରୁ ଓଡିଶାରେ ନିର୍ମିତ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ବୈଜ୍ଞାନିକ ପୃଷ୍ଠଭୂମିର ପ୍ରମାଣ ଦେଉଛି । ସୂର୍ଯ୍ୟର ପ୍ରଥମ କିରଣ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପଡୁଛି । ଏଥିରେ ସବୁ ଇଞ୍ଜିନିୟରିଂ କୌଶଳ ଅଛି । ଏହା ଆମର ଉପଲବ୍ଧି । ତେଣୁ ଯେତେବେଳେ ଭାରତ ଅର୍ଥନୀତିର ସୁପର ପାୱାର ହେବାକୁ ଯାଉଛି ସେତେବେଳେ ଆମକୁ ଚାକିରି ଉପରେ ନିର୍ଭର ନକରି ନିଯୁକ୍ତିଦାତା ହେବା ପାଇଁ ପଡିବ । ଚତୁର୍ଥ ଶିଳ୍ପ ବିପ୍ଳବରେ ମାଲିକ ହେବାକୁ ପଡିବ । ନିଯୁକ୍ତିଦାତା ଓ ଇନୋଭେଟର ହେବାକୁ ପଡିବ । ସମୃଦ୍ଧ ଜନସଂଖ୍ୟା ଓ ଜ୍ଞାନ ଭିତ୍ତିକ ସମାଜ ସହିତ ଓଡ଼ିଶା ମଧ୍ୟ ଏଥିରୁ ଉପକୃତ ହେବ । ଛାତ୍ରୀଛାତ୍ରମାନେ ହେଉଛନ୍ତି ସମାଜର ପୃଷ୍ଠପୋଷକ । ଶ୍ରୀ ପ୍ରଧାନ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଚାକିରି କରିବା ଉପରେ ଧ୍ୟାନ ଦେବା ଅପେକ୍ଷା ନିଯୁକ୍ତିଦାତା ହୋଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଥିଲେ । 
ଭାରତ ଏବଂ ଓଡ଼ିଶା ଏକ ବୈଜ୍ଞାନିକ ସମୁଦାୟ । ଜ୍ଞାନ ଆଧାରିତ ଦୁନିଆ ଭାରତ ସର୍ଭିସ ସେକ୍ଟରରେ ନିଜର ପରାକାଷ୍ଠା ଦେଖାଇଛି । ଭାରତ ଭଳି ଦେଶରେ ସ୍ୱଦେଶୀ ଭାକସିନ ବିକଶିତ ହେବା ଏକ ବଡ ଉପଲବ୍ଧି । ଆମ ଦେଶରେ ଗବେଷଣାର ପରିଭାଷା ମାଗାରିଜନରେ ପ୍ରକାଶନରେ ସୀମିତ । ଗବେଷଣାକୁ ଆଗକୁ ବଢାଇବା ପାଇଁ ପଡିବ । ସ୍ୱଭାବରେ ଭାରତ ହେଉଛି ଇନୋଭେଟର । ସେହିପରି ଦେଶରେ ଇଞ୍ଜିନିୟରରେ ଦକ୍ଷତା ଆସିଛି । ଆମର ଚ୍ୟାଲେଞ୍ଜ ହେଉଛି ଏହି ସମୟରେ ଆମେ କଣ ସର୍ବଦା ଅନ୍ୟ ଅର୍ଥନୀତିର ଦେଶକୁ ସମ୍ପନ୍ନ କରିବା । ବର୍ତ୍ତମାନ ସମୟରେ ସମାଜର ଆକାଂକ୍ଷା କଣ? ଯୁବପିଢି ଓ ଶିକ୍ଷାବିତମାନେ ଯେଉଁଠି ହାତ ଲଗାଇଛନ୍ତି, ସେ କାମ କେତେବେଳେ ବି ପଛରେ ରହିନାହିଁ । ଆଜି ଭାରତ ଡିଜିଟାଲ ପେମେଣ୍ଟରେ ଦୁନିଆର ୧ ନମ୍ବର ଦେଶ ହୋଇଛି । ଭାରତର ଗାଁ ଗାଁରେ ଫୋନ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ ରିସର୍ଚ୍ଚ ଏବଂ ଇନୋଭେସନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତ ଷ୍ଟେକହୋଲ୍ଡରଙ୍କୁ ପ୍ରୋସôାହିତ କରିଥିଲେ । ସ୍ନାତକ ଛାତ୍ରଛାତ୍ରୀଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଆଇଆଇଟି ରିସର୍ଚ୍ଚ ଏବଂ ଏଣ୍ଟରପ୍ରିନୁ୍ୟସିପ୍ ପାର୍କ ଏବଂ ସିଲିକନ କାରବାଇଡ୍ ରସର୍ଚ୍ଚ ଇନୋଭେସନ ସେଣ୍ଟର (ଏସ୍ଆଇସିଆର୍ଆଇସି) ପରିଦର୍ଶନ କରିଥିଲେ ।