ଡିସେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋସôବ । ୭ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋସôବ । ପ୍ରତିବର୍ଷ ଭଳି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟତଃ ଆଦିବାସୀ ଓ ଅନ୍ୟାନ୍ୟ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ସ୍ଥାନୀୟ ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶାର ସର୍ବବୃହତ ସାଂସ୍କୃତିକ ଶୋଭାଯାତ୍ରା । ଡିସେମ୍ବର ୨ ତାରିଖରୁ ଆସନ୍ତା ୧୦ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋସôବ । ପ୍ରତିଦିନ ସନ୍ଧ୍ୟା ପ୍ରଥମାର୍ଦ୍ଧରେ ଜିଲ୍ଲା କଳାକାରଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ତାପରେ ହେବ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡ୍ ସୁନାମ ଧନ୍ୟ ଗାୟିକା କବିତା କୃଷ୍ଣମୂର୍ତ୍ତି ଶେଷ ଦିନରେ ଧମକା ମଚାଇବେ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋସôବ । ଏଥିପାଇଁ ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ୱତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କାରିବାକୁ ନିଷ୍ପତ୍ତି ନିଆଯାଇଛି । ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ଦିନ କୁଡୁମାଲି(ମହାନ୍ତ)କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି ।