ସୋ-କୋଜର ଉତ୍ତର ଦେଲେ ସୁର ରାଉତରାୟ, ମଲା ଯାଏଁ ସେ କଂଗ୍ରେସରେ ରହିବେ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ସୁର ଉକ୍ତ କାରଣ ଦର୍ଶାଅ ନୋଟିର ଜବାବ ଦେଇଛନ୍ତି ।ଦଳ ପକ୍ଷରୁ କରାଯାଇଥିବା ସୋ-କୋଜ ନୋଟିସର ଉତ୍ତର ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
କୌଣସି ସଭାସମିତିରେ ପୁଅ ପାଇଁ ଭୋଟ ମାଗିନଥିବା କହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ କଥାକୁ ଯୋଡ଼ି ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି ।
ପ୍ରକାଶ ଯେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେଉଥିଲା। ସେହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ତା’ସହ ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ। ଯାହାର ଭିଡିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଏହା ପରେ ସୁର ରାଉତରାୟଙ୍କୁ କଂଗ୍ରେସ ପକ୍ଷରୁ ସୋ-କୋଜ ନୋଟିସ ଜାରି କରାଯାଇଥିଲା ।