ବନ୍ଦ ଡାକରାକୁ କଂଗ୍ରେସର ନା'

ନବରଙ୍ଗପୁର : ଆସନ୍ତା ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରାକୁ ନେଇ ଜିଲ୍ଲା କଂଗ୍ରେସ ଦୁଇ ଫାଳ । ବନ୍ଦ ଡାକରା ସମର୍ଥନରୁ ନିଜକୁ ଦୂରେଇ ରଖି ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ବୋଲି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ସୂଚନା ଦେଇଛନ୍ତି ।ନବରଙ୍ଗପୁର ସ୍ଥିତ ହୋଟେଲରେ ସର୍ବ ବିରୋଧୀ ଦଳୀୟ ନେତା, ବିଭିନ୍ନ ସଂଗଠନ  କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷି ଥିଲେ ବିରୋଧୀ ଦଳ ନେତା । ନବରଙ୍ଗପୁର ଜିଲ୍ଲାରେ ୩୮୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ୧୮୩ ଡାକ୍ତର ପଦବୀ ଖାଲି ପଡିଛି, ୬୦ ଜଣ ସ୍ପେଶାଲିଷ୍ଟ ଡାକ୍ତର ସ୍ଥାନ ରେ ୭ ଜଣ ରହିଛନ୍ତି । ବିଭିନ୍ନ ବିଭାଗର ଜଣେ ମଧ୍ୟ୍ୟ ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି ତାହା ସହିତ ନର୍ସିଂ ଷ୍ଟାପ ଓ ଫାର୍ମାସିଷ୍ଟ ମଧ୍ୟ ଜିଲ୍ଲାରେ ଆବଶ୍ୟକତା ଠାରୁ କମ ରହିଛନ୍ତି । ଆଦିବାସୀ ଅଧୁ୍ୟଷିତ ନବରଙ୍ଗପୁର ଜିଲ୍ଲାର  ଖାଲି ପଡିଥିବା ସମସ୍ତ ଡକ୍ଟର ପଦବୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି କରି ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା  ।  ସେହି ଦିନ ନବରଙ୍ଗପୁର ଜିଲ୍ଲାର ପୂର୍ୱତନ କଂଗ୍ରେସ ସଭାପତି  ମୁନା ତ୍ରିପାଠୀ ସମର୍ଥନ କରୁଥିବା ସୂଚନା ଦେଇଥିବା ବେଳେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ସାମ୍ବାଦିକ ସମ୍ମିଳନୀ କରି ୩୭ ଜଣ ଛଟେଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି ଦେବା ଦାବି କରିଥିଲେ । ଏହି ୩୭ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜିଲ୍ଲା କଂଗ୍ରେସ ସମର୍ଥନ କରୁଛି । ଓଡିଶା ପାଇଁ ନବରଙ୍ଗପୁର ଜିଲ୍ଲା ଏକ କଂଗ୍ରେସ ଦଳ ଲଢ଼େଇ କରିବ ଏହା ହେଲା ପିସିସି ସଭାପତିଙ୍କ ନିଷ୍ପତି ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦକୁ ସମର୍ଥନ କରିବ ନାହିଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ବୋଲି ପୂର୍ବବିଧାୟକ ଭୁଜବଳ ମାଝୀ ସୂଚନା ଦେଇଛନ୍ତି । ଏଥିସହ ସର୍ବଦଳୀୟ ବୈଠକ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଭାବେ ତାଙ୍କୁ କୌଣସି ନିମନ୍ତ୍ରଣ କରାଯାଇନଥିବା କହିଛନ୍ତି ।