ପିସ୍ତଲ୍ ସହ ଜଣେ ଗିରଫ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ବି ତୋଟାପଲ୍ଲୀ ଗ୍ରାମର ସୁମନ୍ତ ନାହାକ ନାମକ ଜଣେ ଯୁବକଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ପୁଲିସ ଜବତ କରିଛି । ଚମାଖଣ୍ଡି ଥାନା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ବି ତୋଟାପଲ୍ଲୀ ଗ୍ରାମର ସୁମନ୍ତଙ୍କୁ ଗାଁ ଛକରେ ଚଢ଼ଉ କରିଥିଲେ । ସୁମନ୍ତ ପୂର୍ବରୁ ବିଭିନ୍ନ ଅପରାଧ ମାମଲାରେ ଜଡିତ ଥିବା ନେଇ ପୁଲିସ ସବୁବେଳେ ସୁମନ୍ତଙ୍କ ଉପରେ ତୀକ୍ଷଣ ନଜର ରଖିଆସିଥିଲା । ଆଜି ସୁମନ୍ତକୁ ଧରିବାରେ ପୁଲିସ ସଫଳତା ହୋଇଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରି ଗିରଫ କରିଛି । ବ୍ରହ୍ମପୁର ପୁଲିସ ଜିଲ୍ଲା ଦିଗପହଣ୍ଡି ଓ କେ ନୂଆଗାଁ ଥାନା ଅଧୀନରେ ପୂର୍ବରୁ ୨ଟି ମାମଲା ଥିବାନେଇ ଚମାଖଣ୍ଡି ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି ।