କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

 ଯାଜପୁର ଟାଉନ: ରାଜ୍ୟରେ ନାରୀ ସୁରକ୍ଷା ଦାବିରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରାଯାଇଛି । ଯାଜପୁର ନଗର ଓ ବ୍ଲକ୍ କଂଗ୍ରେସ ପକ୍ଷରୁ ଜିଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଏକଜୁଟ ହୋଇ  ମଶାଲ ଶୋଭାଯାତ୍ରାରେ ଯାଜପୁର ସହର ପରିକ୍ରମା କରିଥିଲେ । ପରେ ଗାନ୍ଧୀ ଛକ ଠାରେ ପହଁଚି ବିଭିନ୍ନ ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୁଶପୁତଳିକା ଦାହ କରାଯାଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, କଂଗ୍ରେସ ନେତା ନାରାୟଣ ସାମନ୍ତ, ଗଦାଧର ଦାସ, ସନ୍ତୋଷ ନନ୍ଦ, ଅଂଚଳ ଦାସ, ଦିଗମ୍ବର କର, ମନୋରଂଜନ ଦାସ, ସଂଗ୍ରାମ ଜେନା, ଅରଜିତ ନାୟକ, ଅକ୍ଷୟ ଶତପଥୀ, ନିକୁଂଜ ସାମଲ, ବିଳାସ ରାଉତରାୟ, ଗଣେଶ୍ୱର ଦାସ, ମାନସ ପଣ୍ଡା, ଅନିଲ ମହାନ୍ତି, ଅଶୋକ ଦାସ, ଜନାର୍ଦ୍ଦନ ଅଧିକାରୀ, ସନ୍ତୋଷ ସାହୁ, ନିକୁଂଜ ସାହୁ, ଗୋବିନ୍ଦ ସାହୁ, ବିଦ୍ୟାଧର ବାରିକ, ରଘୁନାଥ ସାହୁ, ଭରତ ସାମଲ, ବିଦ୍ୟାଧର ପାଣିଗ୍ରାହୀ, ଅର୍ଣ୍ଣବ ମିଶ୍ର, ରାଜୀବ ମହାପାତ୍ର, ବୃନ୍ଦାବନ ଦାଶ, ଶରତ ନାୟକ, ଚିନ୍ତାମଣି କାପ୍, ମଧୁ ଜେନା, ନୃସିଂହ ସାହୁ ପ୍ରଭୃତି ସାମିଲ ହୋଇଥିଲେ ।
ଦାନଗଦୀ: କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ନିର୍ଦେଶ କ୍ରମେ ସୁକିନ୍ଦା କଂଗ୍ରେସ ନେତା ବିଭୁଭୂଷଣ ରାଉତଙ୍କ ନେତୃତ୍ୱରେ ସୁକିନ୍ଦା କଂଗ୍ରେସ କାର୍ଯ୍ୟଳୟ ଠାରୁ ମଶାଲ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଥିଲେ । ଏଥିରେ  ଦଳର ମହେନ୍ଦ୍ର ଦାସ, ଦୟାନିଧି ପଲେଇ, ଉମାକାନ୍ତ ଜେନା ମଣି, ସୁକୁମାର ଦେଓ, ବୀରକିଶୋର ସାହୁ, ଗୁଣମଣି ସାହା, ପ୍ରସନ୍ନ ନାୟକ, ବାଙ୍କ ବିହାରୀ ଜେନା, ବୈରାଗୀ ଜେନା, ସନାତନ ଚାତାର, ସମୀର ପାତ୍ର, ସୁନାରାମ ଗାଗରାଇ, ସେକ ବଦି ରୁଦିନ, ଚିତ ମହାନ୍ତ, ପବିତ୍ର ଜେନା, କଳ୍ପତରୁ ଧଳ, ସଞ୍ଜୁଲତା ଦାସ, ସେକ ସବୀର ହୁସେନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।