କୋରେଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବ
ାା ପ୍ରଭାନୁ୍ୟଜ । ।ଯାଜପୁର: ରବିବାର କୋରେଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଓ ବର୍ଷା କବିତା ଆସର ଧନେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁଳା ସ୍ଥିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କବି ଜୟଦେବ । ତାଙ୍କ ଲିଖିତ ଗୀତଗୋବିନ୍ଦ ଭକ୍ତିରସର ଅତୁଳନୀୟ ଭଣ୍ଡାର । ତେଣୁ ସେ ଖାଲି ଓଡ଼ିଶାର ନୁହେଁ କି ବଙ୍ଗଳାର ନୁହେଁ, ଜାତୀୟ କବି ଭାବେ ପରିଚିତ ବୋଲି ଅତିଥି ମତବ୍ୟକ୍ତ କରିଥିଲେ ।
ମଧ୍ୟାହ୍ନରେ ଦ୍ୱିତୀୟ ଅଧିବେଶନ ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ବେଳେ ଆଲୋଚନା ଚକ୍ରକୁ କସ୍ତୁରୀର ସଂପାଦକ ପ୍ରାଧ୍ୟାପକ ଡକ୍ଟର ଅକ୍ଷୟ କୁମାର ମହାନ୍ତି ସଂଚାଳନା କରିଥିଲେ । କୋରେଇ ବିଧାୟକ ଆକାଶ ଦାସନାୟକକାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜୟଦେବଙ୍କ ‘ଗୀତଗୋବିନ୍ଦ’ ହିନ୍ଦୁଧର୍ମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ବୋଲି ମତବ୍ୟକ୍ତ କରିଥିଲେ । ଅତିଥିଭାବେ ପ୍ରାର୍ଥନା ଟିଭିର ଜ୍ଞାନଗୁରୁ ତଥା ବାଗ୍ମୀ ପୁରୁଷ ଡକ୍ଟର ଶାନ୍ତନୁ କୁମାର ରଥ ଯୋଗଦେଇ କବିଙ୍କ କବିତାରେ ବର୍ଷା ‘ଶୃଙ୍ଗାର ଓ ସମ୍ଭାବନା’ସୃଷ୍ଟି କରରିଥାଏ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ମୁଖ୍ୟଆଲୋଚକ ବରିଷ୍ଠ ସାହିତି୍ୟକ ଡକ୍ଟର ପ୍ରଭଞ୍ଜନ ପତି ଯୋଗଦେଇ ଓଡ଼ିଆ କବିତାରେ ବର୍ଷା ଉପରେ ଆଲୋଚନା କରିଥିଲେ । ସଂସଦର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧ୍ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ଚଳିତ ବର୍ଷର ‘ଶ୍ରୀ ଜୟଦେବ ସମ୍ମାନ’ଡକ୍ଟର ଶାନ୍ତନୁ କୁମାର ରଥଙ୍କୁ ପ୍ରଦାନ କରାଯାଇଥିଲା ବେଳେ ‘କିଶୋର ଚନ୍ଦ୍ର ଦାସ କଳା ସମ୍ମାନ’ ବରିଷ୍ଠ କଳାକାର ଓ ଜରି ନିମାଇଁ ଚରଣ ପଟ୍ଟନାୟକ ଏବଂ ‘ଗାୟକ ନଟରାଜ କଳା ସମ୍ମାନ’ ପାଲା ଗାୟକ ଗାୟକ ଯୁଗଜ୍ୟୋତି ଅଜୟ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ (ଓଡ଼ିଆସମ୍ମାନ) ଟପ୍ପର ଛାତ୍ରୀ ସୁପ୍ରଭା ସାହୁ, ମାଟ୍ରିକରେ ଜିଲା ସ୍ତରରେ୨ୟ ହୋଇଥିବା ମୃତୁ୍ୟଞ୍ଜୟ ସାହୁ, ପିଏଚଡି ଲାଭ କରିଥିବା ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଧାୟକ ଆକାଶ ଦାସନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭରେ ନିକଟରେ ଦେହାନ୍ତ ହୋଇଥିବାବରିଷ୍ଠ ସହିତି୍ୟକ ଶରତ ରାୟ, ସୁରେନ୍ଦ୍ର କୁମାର ସାହୁ, ବ୍ୟଙ୍ଗଚିତ୍ରକର ତଥା କବି ଜ୍ଞାନ ରଥଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ଜୟଦେବଙ୍କ ଗୀତଗୋବିନ୍ଦ ସଂଗୀତ ରାଜକିଶୋର ସ୍ୱାଇଁ, କ୍ଷେତ୍ରବାସୀ ମଲ୍ଲିକ ଓ ତାଙ୍କ ସାଥୀ ପରିବେଷଣ କରିଥିଲେ । ଏହି ଅବସରରେ ଗୀତିକାର ନନ୍ଦକିଶୋର ସିଂହଙ୍କ ରଚିତ ପୁସ୍ତକ‘ଅନୁଭୂତି ସିଦ୍ଧ ନିବନ୍ଧ’ଓ ଅକ୍ରୁର କିଶୋର ବଳଙ୍ଗ ପୁସ୍ତକ ପଲ୍ଲୀଶ୍ରୀ ଓ ବିଜୟିନୀ ପୁସ୍ତକ ଦ୍ୱୟକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ମାନପତ୍ର ପାଠ କରିଥିଲା ବେଳେ ସହ ସଂପାଦକ ଅକ୍ଷୟ କୁମାର ବାରିକ, ସାଂସ୍କୃତିକ ସଂପାଦକ ବାଇଧର ମାଝୀ, ସଂଗଠନ ସଂପାଦକ ଭୁବନ ମୋହନ ମହାନ୍ତି ଓ ନବଘନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ସହସଂପାଦକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ‘ବର୍ଷା କବିତା ଆସର’ ଉପ ସଭାପତି ବିନୋଦ ବିହାରୀ ସାହୁଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା ବେଳେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବ ଚରଣ ମାଝୀ ସଭାପତିତ୍ୱ କରିଥିଲେ । ସଂପାଦକ ଡକ୍ଟର ଖୁଣ୍ଟିଆ ସୂଚନା ପ୍ରଦାନ କରିଥିଲା ବେଳେ ଅତିଥିଭାବେ ବରିଷ୍ଠ ସାହିତି୍ୟକ କାମେଶ୍ୱର ପଣ୍ଡା କବୟିତ୍ରୀ ବିଦୁ୍ୟତଲତା ଦାସ ଓ ଡକ୍ଟର ମୋହନ ଚରଣ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଡକ୍ଟର ଅଶୋକ କୁମାର ପତି ଓ ଡକ୍ଟର ଅକ୍ଷୟ କୁମାର ଦାଶଙ୍କ ସଂଯୋଜନାରେ ‘ଗୋକର୍ଣ୍ଣିକା’ର ସଂପାଦକ ରମାକାନ୍ତ ଜେନା, ଜିଲା ଲେକଖ ସମେଳନର ସଭାପତି ଡା. ରୁଦ୍ରନାରାୟଣ ପୃଷ୍ଟି, ସାଲବେଗ ନସମୁଲ ଗନି, ଶିଶିର କୁମାର ପଣ୍ଡା, ପ୍ରଭାତ ମଲ୍ଲିକ, ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଡ. ପ୍ରଜ୍ଞାପ୍ରତିକ ଦାଶ, ସନ୍ଧ୍ୟାରଣୀ ପଡାଲ, ଜୟନ୍ତୀ ଜେନା, ମଧୁତା ନାୟକ, ମଧୁସୂଦନ ମହାପାତ୍ର, ବିଜୟଲକ୍ଷ୍ମୀ ମହାପାତ୍ର, ରଞ୍ଜିତା ଦାଶ, ସୋମନାଥ ମାଝୀ, ନାରାୟଣ ନାୟକ, ଯୋଗେନ୍ଦ୍ର ସାହୁ ପ୍ରମୁଖ କବି ସ୍ୱରଚିତ କବିତା ପାଠ କରିଥିଲେ । ସହସଂପାଦକ ଅକ୍ଷୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।