ଚୋରି ଘଟଣାରେ ୨ ଗିରଫ

 ବ୍ୟାସନଗର : ଯାଜପୁର ରୋଡ ଥାନା ଅନ୍ତର୍ଗତ ଚୋରଦା ଗ୍ରାମରୁ ଚୋରି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଗାଡି ଜବତ କରିବାରେ ସଫଳ ହୋଇଛି । ସୂଚନା ମୁତାବକ ଗତ ୨୬ ତାରିଖ ବିଳମ୍ବିତ ରାତିରେ ଚୋରଦା ଗ୍ରାମର ବିଜୟ କୁମାର ସ୍ୱାଇଁଙ୍କ ଘରେ ଚୋର ଦ୍ୱୟ ପଶି ଏକ ମୋଟର ସାଇକଲ ସହିତ ସୁନାଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ । ବିଜୟ ଏନେଇ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଘଟଣାରେ ସମ୍ପୃକ୍ତ ଯାଜପୁର ରୋଡ ଥାନା ଜୋଗିସାହି ଅଞ୍ଚଳର ଅଜୁ ମୁଣ୍ଡାଙ୍କ ପୁଅ ମଣ୍ଟୁ ଓରଫ ଭୀମ ମୁଣ୍ଡା (୨୨) ଏବଂ ହୁଡ଼ି ସାହିର ଗୋଲକ ପାତ୍ରଙ୍କ ପୁଅ ରବିନ୍ଦ୍ର ପାତ୍ର (୩୦)ଙ୍କୁ ଧରିଥିଲେ । ଚଢଉ ସମୟରେ ସେମାନଙ୍କ ଠାରୁ ୫ଟି ମୋଟର ସାଇକେଲ ଉଦ୍ଧାର ହୋଇଛି । ଗତ କିଛିଦିନ ତଳେ କହ୍ନଇପୁରର ଦୁର୍ଗା ମନ୍ଦିର ରୁ ହୋଇଥିବା ଚୋରି ଘଟଣାରେ ମଧ୍ୟ ଏହି ଦୁଇ ଜଣ ସମ୍ପୃକ୍ତ ଥିବା ପୁଲିସ ପ୍ରାଥମିକ  ତଦନ୍ତରୁ ଜାଣିବାକୁ ପାଇଛି ।