କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ
ରାଜନଗର : ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ହସୁଆସେତୁ ଦେଇ ସାନବଡଗୋପାଳପୁର ବଜାରରେ ଥିବା ନିଳାଦ୍ରୀ ବିହାରୀ ମଣ୍ଡପରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ ସଭାରେ କଂଗ୍ରେସ ନେତା ଅଶୋକ କୁମାର ପ୍ରତିହାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ଓବିସି ସେଲ ନେତା ମଳୟ କୁମାର ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ଜିଲ୍ଲା ଉପସଭାପତି ରମାକାନ୍ତ ଦାସ, ପୂର୍ବତନ ଦଳିତ ସେଲ ସଭାପତି ଭାସ୍କର ସେଠୀ, ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜନଗର ବଣିକ ସଂଘର ସଦସ୍ୟ ପବିତ୍ର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ କଂଗ୍ରେସ ନେତା ରମାକାନ୍ତ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଦାଶରଥି ବାରିକ, ବିବେକାନନ୍ଦ ସାମନ୍ତରାୟ, ଦେବପ୍ରସାଦ ପାଣି, ବିଜୟ ନାୟକ, ବିଭୁକିଶୋର ଦାସ, ପ୍ରଦୀପ ସେଠୀ, ରଞ୍ଜନ ପାଳ, କୁଳମଣି ମଲ୍ଲିକ, ଜଗନ୍ନାଥ ମଲିକ୍ ହେମନ୍ତ ମିଶ୍ର, ରବୀନ୍ଦ୍ର ନାଥ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
