ଏମ୍ସିଏଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ତାଳଚେର: ଏମସିଏଲ୍ ପକ୍ଷରୁ ଜଗନ୍ନାଥ ନୋଡାଲ୍ ଏରିଆ ତରଫରୁ ମହିଳା କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିସôା, ସେବା, ସହାୟତାର ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟାଳୟ ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କୁ ଜାଗ୍ରତ ଓ ସଶକ୍ତ କରିବା ନିମନ୍ତେ ପ୍ରାଥମିକ ଚିକିସôାର ସଚେତନତା କରିବା ପାଇଁ ମହିଳା କର୍ମଚାରୀଙ୍କୁ ନେଇ ସିପିଆର, ଇଲେକ୍ଟ୍ରି ସକ୍, ବ୍ଲିଡିଂ, ହେଡ୍ ଇଂଜୁରୀ, ସ୍ନେକ୍ ବାଇଟ୍, ପଏଜନ୍ ଇତ୍ୟାଦି ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ଏରିଆର ମହାପ୍ରବନ୍ଧକ ତଥା ଏମ୍ସିଏଲ୍, ଆମ୍ବୁଲାନସ୍ ଡିଭିଜନ୍ର ଅଧ୍ୟକ୍ଷ ଅଶୋକ କୁମାର ଧଳ, ଏସ୍ଓ ମାଇନିଂ ପ୍ରଶାନ୍ତ କୁମାର ମିଶ୍ର, ଉପ ମହାପ୍ରବନ୍ଧକ ଦିବାକର ମାଝୀ, ଏରିଆ ମେଡିକାଲ୍ ଅଫିସର ଶଶିଧର ପ୍ରସାଦ, ସାମୁହିକ ବୃତିଗତ ଅଧିକାରୀ ବସନ୍ତ କୁମାର ବରାଳ, ଶ୍ରମିକ ନେତା ବିନୟ କୁମାର ସାହୁ ଯୋଗଦେଇ ଉସôାହିତ କରିଥିଲେ । ସେଂଟ୍ ଜନ୍ ଆମ୍ବୁଲାନସ୍ର ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ତଥା ଡିଭିଜନ୍ କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନିଲ୍ କୁମାର ଥମ୍ବ, ବର୍ଷାରାଣୀ ପ୍ରଦାନ, ବିଷ୍ଣୁପ୍ରିୟା ଜ୍ୟୋତିଷ, ଅଶ୍ୱିନୀ ମହାନ୍ତି, ଟିକେଶ୍ୱରୀ ଭୁକ୍ତା ଓ ଡଲି ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ  ।