ମୋବାଇଲ ଟାୱାର ନାହିଁ, ସମସ୍ୟା ଭୋଗୁଛନ୍ତି ଲୋକେ


ାା ପ୍ରଭାନୁ୍ୟଜ୍ ।ା ଉମରକୋଟ : ଉମରକୋଟ ବ୍ଳକ ଅଧୀନ ତୋରେଙ୍ଗା ପଞ୍ଚାୟତ ଠାରେ କୈାଣସି ମୋବାଇଲ ନେଟୱର୍କ ନାହିଁ । ଜରୁରୀ ସମୟରେ ଲୋକେ କାହାସହ ଯୋଗାଯୋଗ କରିପାରୁ ନାହାନ୍ତି । ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ଏହି ପଞ୍ଚାୟତ ଅଧିନରେ ପ୍ରାୟ ୧୮ଖଣ୍ଡ ଗ୍ରାମ ରହିଛି । ଏହି ତୋରେଙ୍ଗା ପଞ୍ଚାୟତର ଜନସଂଖ୍ୟା ୫୬୦୦ । ଏଠାରେ ନେଟୱର୍କ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନଲାଇନ୍ରେ ପଞ୍ଜୀକରଣ ହେଉନଥିବାରୁ ଅନ୍ୟ ପଞ୍ଚାୟତ ଅପେକ୍ଷା ଏଠାରେ ଜନସାଧାରଣ ଜାଣିପାରୁ ନଥିବା ବେଳେ ବିଳମ୍ବରେ କାମ ଆରମ୍ଭ ହୋଇଥାଏ । ଦେଶ ବିଦେଶର ଖବର ମଧ୍ୟ ଏଠାକାର ଲୋକେ ଜାଣିପାରୁ ନାହାନ୍ତି । ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନେଟୱର୍କ ନଥିବାରୁ ଅନଲାଇନ ପାଠପଢାରୁ ବଞ୍ଚିତ ହୋଇ ଆସୁଛନ୍ତି । କଲେଜରେ ଆଡ଼ମିଶନ ପାଇଁ ଆସିଥିବା ମେସେଜ ପିଲାମାନେ ଜାଣିପାରୁ ନାହାନ୍ତି । ମୋବାଇଲ ନେଟୱର୍କ ନଥିବାରୁ ଗୁରୁତର ରୋଗୀମାନଙ୍କୁ ମେଡିକାଲ ନେବାକୁ ହେଲେ ଲୋକଙ୍କୁ ଆମ୍ବୁଲାନ୍ସ ଡାକିବାକୁ ହେଲେ ସିଂସାରୀ ଆସିବାକୁ ପଡୁଛି । ସିଂସାରୀ ଗାଁ ରେ ଘରୋଇ ନେଟୱର୍କକୁ ଛାଡିଦେଲେ ଅନ୍ୟ କୈଣସି ନେଟୱର୍କ ନାହିଁ ।  ତୋରେଙ୍ଗା ପଞ୍ଚାୟତର କୋନିକି  ଓ ତେନ୍ତୁଳିଗୁଡାଠାରେ  ଟାୱାର ଅଛି କିନ୍ତୁ  ଚାଲୁନଥିବାରୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଲୋକେ ।  ଏଥିନେଇ ସରପଞ୍ଚ ମନୁରାମ ମାଝୀ, ବଳଦେବ ମାଝୀ, ଲଳିତ ପୂଜାରୀ, ଡମ୍ବରୁ ମାଝୀ , ସେନା ପୂଜାରୀ ଓ ମେଘନାଦ ମଣ୍ଡଲଙ୍କ ସହ ଗ୍ରାମବାସୀ   ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।ା