କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ

 ଆସିକା : ଆସିକା ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ ପଶ୍ଚିମ କାର୍ଯ୍ୟାଳୟ ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ମାନସ ମଲ୍ଲିକଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରୁ କିଛି ଦଳିତ କଂଗ୍ରେସ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଳିତ ଜନଜାତି ମାନଙ୍କ ମଧ୍ୟରେ ଥିବା ସମସ୍ୟା ଓ ତାହାର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା । ଗ୍ରାମାଞ୍ଚଳରେ ଲୋକମାନେ ଭତ୍ତା ଓ ଆବାସ ଯୋଜନା ଗୁଡିକର ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ମାନସ ମଲ୍ଲିକ । ସାମାଜିକ ସ୍ତରରେ ଆମକୁ ସୃଦୁଢ ହେବାକୁ ପଡିବ ବୋଲି କହିଥିଲେ କଂଗ୍ରେସ ପଶ୍ଚିମ ଗଞ୍ଜାମ ଜିଲ୍ଲା ସଂଯୋଜକ ଦେବକାନ୍ତ ଶର୍ମା । ଜିଲ୍ଲା ପରିଷଦ ସ୍ତରରେ ଟ୍ୟାଲେଣ୍ଟ ସର୍ଚ୍ଚ କରି କଂଗ୍ରେସକୁ ମଜୁବୁତ କରିବା ଲକ୍ଷ୍ୟ ରଖା ଯାଇଛି ବୋଲି କହିଥିଲେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ଅନୁସୁଚିତ ଜନଜାତି ସଭାପତି ଚିତ୍ରସେନ ବେହେରା, ପୁରୁଷୋତ୍ତମ କଂଗ୍ରେସର ଏନ୍ଏସି ନଗର ସଭାପତି ମନୋରଞ୍ଜନ ଦାସ, ଦୀପକ ଭୂଇଁ, ଡିଜିଟାଲ ମିଡ଼ିଆ ମାନସ ଆଚାର୍ଯ୍ୟ ଅନ୍ୟ ମାନଙ୍କ ମଧ୍ୟରେ ଚିରଞ୍ଜିବୀ ବିଶୋଇ, ଧବଳ ନାହାକ, ଭବାନୀ ଭୁଷଣ ଦାଶ, ଅଭିନାଶ ବେହେରା, ଦିପୁ ନାୟକ, ପ୍ରିୟାଂଶୁ ପରିଡା, ଅଜିତ ମୁନି ପ୍ରମୁଖ ଉପସ୍ଥିତ ଥିଲେ ।