ବରିଷ୍ଠ ନାଗରିକ ପରିଷଦ ବୈଠକ
ଆନନ୍ଦପୁର : ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏକ ବୈଠକ ପରିଷଦର ସଭା ଗୃହରେ ଅନୁଷ୍ଠିତ ହୋଇଛି । ସଭାପତି ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ଅରୁଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଦିବଂଗତ ସଭ୍ୟ ଅନନ୍ତ ଚରଣ ସାଙ୍କ ଆତ୍ମାର ସଦ୍ଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନୂତନ ସଦସ୍ୟ ଭାବେ ଯୋଗଦେଇଥିବା ଇଞ୍ଜିନିଅର ଶ୍ରୀଧର ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀଧର ବେହେରା, ସୁଦର୍ଶନ ବଳ, ଡ. ସୁଧାଂଶୁ ଶେଖର ବଳ, ପ୍ରଦୀପ ଦାସଙ୍କୁ ସ୍ୱାଗତ କରାଯାଇଥିଲା । ଚଳିତବର୍ଷ ବିଭିନ୍ନ ସାମାଜିକ ସେବା, ବୃକ୍ଷ ରୋପଣ, ସାଇବର ସଚେତନତା ଆଦି କାର୍ଯ୍ୟକ୍ରମ କରାଯିବା ସହିତ ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରାଯାଇଥିଲା । ପରିଷଦ କାର୍ଯ୍ୟାଳୟ ପରିସର ଉନ୍ନତି ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯକାରୀ ସଭାପତି ଅଶୋକ ସାହୁ, ଉପସଭାପତି କୀର୍ତ୍ତନ ସାହୁ, ବିନୋଦ ମିଶ୍ର, ଉପଦେଷ୍ଟା ଡ. ଅଭିନ୍ନ ସାହୁ, ରଘୁନାଥ ପଣ୍ଡିତ, ରାମଚନ୍ଦ୍ର ଜେନା, ସାବିତ୍ରୀ ଦାସ, ସତ୍ୟାନନ୍ଦ ମିଶ୍ର ପ୍ରମୁଖ ଭାଗ ନେଇଥିଲେ । କୋଷାଧ୍ୟକ୍ଷ ବିନୋଦ ଦାସ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ସଭାରେ ସାମ୍ବାଦିକ ଶତ୍ରୁଘ୍ନ ସାହୁ, ମୁରଲୀଧର ମିଶ୍ର, ଗଗନ ସିଂ, ରବୀନ୍ଦ୍ର ଚାନ୍ଦ, ସବିତା ଦାସ, ନଗେନ ଚାନ୍ଦ, ଅଯୋଧ୍ୟା ଘଡେଇ, କୈଳାସ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।