କନେକ୍ସନ୍ ୨୦୨୫ରେ ଯୋଡି ହେଲେ ଆଇଆଇଏମ୍ସି ଆଲୁମୁନି
ଭୁବନେଶ୍ୱର : ଭାରତୀୟ ଜନସଂଚାର ସଂସ୍ଥାନ ଏବଂ ଏହାର ପୁରାତନ ଛାତ୍ର ସଂସଦ(ଇମକା) ସାମ୍ବାଦିକଙ୍କ ଉନ୍ନତି ପାଇଁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିଦେ୍ର୍ଦଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି । ଭୁବନେଶ୍ୱରସ୍ଥିତ ହୋଟେଲ ନୁ୍ୟମେରିଆନରେ କନେକସନ୍ ୨୦୨୫ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ପ୍ରଧାନ ସେଣ୍ଟ୍ରାଲ କମିଟି ଓ ଆଞ୍ଚଳିକ ଶାଖାର ମିଳିତ ସହଯୋଗ କିଭଳି ଅନୁଷ୍ଠାନର ଗାରିମା ବୃଦ୍ଧି କରେ ସେ ଉପରେ ଆଲୋଚନା କରିଥିଲେ । ଏଥିସହ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଆ ସାମ୍ବାଦିକତା ବିଭାଗର ରୌପ୍ୟ ଜୟନ୍ତୀରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ପାଇଁ ଉସôାହିତ କରିଥିଲେ । କାର୍ଯ୍ୟକ୍ରମରେ ୧୯୯୩ ମସିହାରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସମସ୍ତେ ପୁରୁଣା ଦିନର ସ୍ମୃତି ତାଜା କରିବା ସହ ଏହି ମଞ୍ଚ ପୁଣି ଥରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ମିଶ୍ର, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ବିରାଜ ସ୍ୱାଇଁଙ୍କ ସମେତ ଜାତୀୟ କମିଟିର ପ୍ରଭାତ ପାଣ୍ଡେ, ରମେଶ ଚନ୍ଦ୍ର, ଅନିମେଶ ବିଶ୍ୱାସ, ପ୍ରଭାତ ଉପାଧ୍ୟାୟ, ରାଜେଶ କୁମାର, ନୀରଜ ବାଜପେୟୀ, ରିତେଶ ବର୍ମା, ଅତୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଇମକା ଓଡ଼ିଶା କମିଟିର ସଭାପତି ସନ୍ଦୀପ ସେଠୀ, ଉପସଭାପତି ସଙ୍ଗୀତା ଅଗ୍ରୱାଲ ଓ ବ୍ୟୋମକେଶ ବିଶ୍ୱାଳ ଏବଂ ପ୍ରୋମିନେଣ୍ଟ ଆଲମୁନି ଯଯାତି କରନ,ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଦେଇ ସଭାପତି ସେଠୀ କହିଥିଲେ, ଓଡ଼ିଶା ଶାଖାର ହେଉଥିବା କାର୍ଯ୍ୟରେ ସେଣ୍ଟ୍ରାଲ କମିଟି ପକ୍ଷରୁ ଅଧିକ ସହଯୋଗ ଦିଆଯାଉ । ଏଥି ସହ ସେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପରିଚୟ ବୃଦ୍ଧିରେ ମିଳିତ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଆଇଆଇଏମ୍ସି ଢେଙ୍କାନାଳ ତାର ଉଚ୍ଚକୋଟୀର ପରିବେଶ ଓ ଉଚ୍ଚ ଶିକ୍ଷା ଗୁଣବତ୍ତା ପାଇଁ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଏ ।