ଗଛକଟାରୁ ବଚସା, ଦୁଇ ମାମଲା ରୁଜୁ

ବୈଶିଙ୍ଗା  : ବୈଶିଙ୍ଗା ବନପାଳ ଅଧୀନ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ୧୯ ତାରିଖ କାଳବୈଶାଖୀ ବାତ୍ୟାରେ କିଛି ୟୁକାଲି ପଟାସ ଗଛ ଉପୁଡି ପଡିଥିଲା କ୍ଷ ଏହି ଗଛକୁ ହଟାଇବା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି ସମ୍ପାଦକ ଭଗବାନ ମଣ୍ଡଳ ଏବଂ ସଭାପତି ସୃଷ୍ଟିଧର ଦାସଙ୍କ ସମେତ ଅନ୍ୟ କିଛି ସଦସ୍ୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ବେତନଟୀ ରେଞ୍ଜ ଅଧିକାରୀଙ୍କୁ ଅବଗତ କରାଇଥିଲେ  । ଏ ନେଇ ରେଞ୍ଜର ମନୱର ଖାଁ ପ୍ରକାଶ କରିଥିଲେ କି ଉକ୍ତ ଗଛ ଗୁଡିକ ଉପୁଡି ପଡିବା ପରେ ଜଙ୍ଗଲ ସଂଲଗ୍ନ ଘର ଗୁଡିକ ପ୍ରତି ଯଦି ବିପଦ ଅଛି ତାକୁ କାଟି ଅନ୍ୟତ୍ର ରଖି ଦିଆଯାଉ  । କମିଟିର ଅନ୍ୟ କିଛି ସଦସ୍ୟ ଏହି କାଠ ଗଣ୍ଡି ଗୁଡିକୁ ସଭାପତି ଏବଂ ସମ୍ପାଦକ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଉଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବନବିଭାଗ ତରଫରୁ ଏହି କାଠ ଗୁଡିକୁ ସିଜ କରି ନିଆଯାଇଥିଲା  । ଏହାକୁ କେନ୍ଦ୍ର କରି ୨୪ ତାରିଖ ପୂର୍ବାହ୍ନରେ ଜଙ୍ଗଲ କମିଟିର ସଦସ୍ୟ ମାନଙ୍କୁ ନେଇ ସଭାପତି ଶ୍ରୀଯୁକ୍ତ ଦାସ ଏକ ବୈଠକ ଡକାଇଥିଲେ  । ଗଛ ବିକ୍ରି କୁ ନେଇ ବିଚାରବିମର୍ଶ ଚାଲିଥିବା ବେଳେ ବିରୋଧାତ୍ମକ ଉତ୍ତେଜନା ପ୍ରକାଶ ପାଇବା ପରେ  କମିଟିର ସଭ୍ୟ ପଦ୍ମନାଭ ପଣ୍ଡା, ଆଦିତ୍ୟ ନାଥ, ଅଞ୍ଜନ କୁମାର ଗିରି ଙ୍କ ସହିତ ଅନ୍ୟ ତିନି ଜଣ ଯୁବକ  ସମ୍ପାଦକ ଭଗବାନ ମଣ୍ଡଳଙ୍କୁ ମରାଣନ୍ତକ ଆକ୍ରମଣ କରିଥିଲେ ବୋଲି ଶ୍ରୀଯୁକ୍ତ ମଣ୍ଡଳଙ୍କ ପୁତ୍ର ରବି ନାରାୟଣ ମଣ୍ଡଳ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ କ୍ଷ ଏହି ଘଟଣାର ପାଲଟା ଅଭିଯୋଗ ମୂଳେ କମଳାକାନ୍ତ ସାମନ୍ତରାୟ  ଲିଖିତ ଅଭିଯୋଗ କରିଥିଲେ କି  ଗଛ ବିକ୍ରିକୁ ବିରୋଧ କରିବା ଯୋଗୁଁ ସଭାପତି ଏବଂ ସମ୍ପାଦକ ଜଙ୍ଗଲ କମିଟି ସଦସ୍ୟ ମାନଙ୍କୁ ବୈଠକ ଡକାଇ ଗାଳି ଗୁଲଜ କରିବା ସହିତ ଭଗବାନ ମଣ୍ଡଳ, ନବଘନ ମଣ୍ଡଳ, ସୃଷ୍ଟିଧର ଦାସ, ରାଜୁ ମଣ୍ଡଳ ଓ ରବି ମଣ୍ଡଳ ସଂଘବଦ୍ଧ ଭାବେ ଆଦିତ୍ୟ ନାଥ କୁ ମାଡ ମାରିଥିଲେ  । ଉଭୟ ଆହତ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିସôା ପରେ ବାଲେଶ୍ୱର ସ୍ଥାନାନ୍ତର ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶା ଯାଇଛି  । ଏନେଇ ଦୁଇଟି ପୃଥକ ମାମଲା ୧୭୫/ ୨୫ ଏବଂ ୧୭୬/୨୫ ମୂଳେ ବୈଶିଙ୍ଗା ସବ ଇନିସ୍ପପେକ୍ଟର ଦେବାଶିଷ ମଣ୍ଡଳ ତଦନ୍ତ ଜାରି ରଖିଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା କେହି ଗିରଫ ହୋଇ ନଥିବାର ଜଣାଯାଇଛି  ।