ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ କାର୍ଯ୍ୟଶାଳା

 ପାରାଦୀପ : ପାରାଦ୍ୱୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ଓ ବିଭାଗସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି  । ଜଗତସିଂହପୁର ଜିଲ୍ଲା ପ୍ରମୁଖ ରଶ୍ମିକାନ୍ତ ସାହୁଙ୍କଦ୍ୱାରା ଉଦଘାଟିତ ଏହି କାର୍ଯ୍ୟଶାଳାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ସମ୍ୱନ୍ଧରେ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଉଦବୋଧନ ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିକାଶ ସମିତିର କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ଦାସ, ସହ ଜିଲ୍ଲା ପ୍ରମୁଖ କାହ୍ନୁଚରଣ ସାହୁ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ନିରଞ୍ଜନ ଖୁଣ୍ଟିଆ, ଉପସଭାପତି ରଞ୍ଜନ କୁମାର ଧଳ, ସମ୍ପାଦକ ଦିଗମ୍ବର ଖୁଣ୍ଟିଆ, ଯୁଗ୍ମ ସମ୍ପାଦକ ବିପ୍ଳବ କୁମାର ଜେନା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ  । ଏହି କାର୍ଯ୍ୟଶାଳାକୁ ପାରାଦ୍ୱୀପ ସଙ୍କୁଳ ପ୍ରମୁଖ ଗୌରାଙ୍ଗ ଚରଣ ସ୍ୱାଇଁ, ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଓ ସଙ୍କୁଳ ସଂଯୋଜକ ଧରଣୀଧର ପରିଡ଼ା ପରିଚାଳନା କରିଥିବାବେଳେ କୁଜଙ୍ଗ ପ୍ରଧାନ ଆଚାର୍ଯ୍ୟ ପ୍ରଦୁ୍ୟମ୍ନ କୁମାର ନାୟକ, ପଙ୍କପାଳ ପ୍ରଧାନ ଆଚାର୍ଯ୍ୟ, କେଳୁଚରଣ ସାହୁ, ଏରସମା ପ୍ରଧାନ ଆଚାର୍ଯ୍ୟା ନିରୂପମା ଗୋଚ୍ଛାୟତ, ସହ ପ୍ରଧାନ ଆଚାର୍ଯ୍ୟା ମମତା କର ପ୍ରମୁଖ ସହଯୋଗ କରିଥିଲେ  । ଏହି ପ୍ରଶିକ୍ଷଣ କାର୍ଯ୍ୟଶାଳାରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୧୬୭ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇଥିଲେ  ।