ଅଟୋକୁ ଜାଳିଦେଲେ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସଦର ଥାନ ଅନ୍ତର୍ଗତ ଆୟବା ପଞ୍ଚାୟତ ମଧୁରକୂଳ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଅଭାବନୀୟ ଘଟଣା । ମଣ୍ଟୁ ସେଠୀଙ୍କ ଯାତ୍ରୀବାହି ଅଟୋ (ନମ୍ବର ୨୯ଏ୧୦୮୫)କୁ କେହି ଦୁର୍ବୁତ୍ତ ନିଆଁ ଲଗେଇଦେବାରୁ ଗାଡିଟି ସମ୍ପୂର୍ଣ ଭାବେ ପୋଡି ଯାଇଛି । ଗତକାଲି ବିଳମ୍ବିତ ରାତିରେ ଭଡା ସାରି ମଣ୍ଟୁ ଅଟୋରିକ୍ସା ନେଇ ଘରକୁ ଫେରିଥିଲେ । ଘର ନିକଟରେ ଅଟୋ ରଖି ଶୋଇପଡଥିଲେ ମଧ୍ୟ୍ୟରାତ୍ରରେ କେହି ଦୁର୍ବୁତ୍ତ ଅଟୋରେ ନିଆଁ ଲଗେଇ ଦେଇଥିବା ମଣ୍ଟୁ କହିଛନ୍ତି । ଏହି ଅଟୋ ଉପରେ ପୁରା ପରିବାର ନିର୍ଭର କରି ଚଳି ଆସୁଥିଲେ । ତେବେ ଏହାର କାରଣ ଜଣା ପଡି ନଥିବା ବେଳେ ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।