ରାଜ୍ୟରେ ୩୮ କରୋନା ଆକ୍ରାନ୍ତ

corona

ରାଜ୍ୟରେ ୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଜୁନ୍‌ ୬ ସୁଦ୍ଧା ରାଜ୍ୟରେ ୭୫୫ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଇତିମଧ୍ୟରେ ୯ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ଅନ୍ୟମାନେ ହୋମ୍‌ ଆଇସୋଲେସନରେ ଅଛନ୍ତି  । ଗତ ଜୁନ୍‌ ୩ରେ ଏନେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଭିସି ଯୋଗେ ଆଲୋଚନା କରିଥିଲେ  । ରାଜ୍ୟ ସରକାର କରୋନା ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ଲୋକମାନେ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି  ।