ଋଣ ନେଇଥିବା ଲୋକଙ୍କ ପାଇଁ ଖୁସି ଖବର
loan
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ରେପୋ ହାର ହ୍ରାସ କରିଛନ୍ତି । ମୁଦ୍ରା ନୀତି କମିଟିର ୬ ଜଣିଆ ସଭ୍ୟ ବିଭିନ୍ନ ଦିଗକୁ ଅନୁଶୀଳନ କରି ରେପୋ ରେଟ୍ ୫୦ ପଏଣ୍ଟ ହ୍ରାସ କରିଛନ୍ତି । ଫଳରେ ରେପୋ ହାର ଏବେ ୫.୫୦ରେ ପହଁଚିଛି । ୨୦୨୫ ଫେବୃଆରୀ ପରେ ତୃତୀୟ ଥର ପାଇଁ ରେପୋ ହାର ହ୍ରାସ ପାଇଛି । ମୁଦ୍ରାସ୍ଫୀତି ୪%ରୁ କମ୍ ଥିବାରୁ ଆରବିଆଇ ଏମିତି ନିଷ୍ପତ୍ତି ନେଇଛନ୍ତି । ରେପୋ ହାର ହ୍ରାସ ପାଇଥିବାରୁ ସୁଧ ହାର ବି କମିଯିବ । ଫଳରେ ଋଣ ନେଇଥିବା ଲୋକମାନେ ସାମାନ୍ୟ ଆଶ୍ୱସ୍ତ ପାଇବେ । କିନ୍ତୁ ଅପରପକ୍ଷରେ ଜମାକାରୀଙ୍କୁ କମ୍ ସୁଧ ମିଳିବ । ବ୍ୟାଙ୍କର ଟଙ୍କା ଗଚ୍ଛିତ ଅନୁପାତ ମଧ୍ୟ ୧୦୦ ବେସିସ ପଏଣ୍ଟ ହ୍ରାସ ପାଇ ୩% ହୋଇଛି । ଫଳରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଆଉ ଅଢେ଼ଇ ଲକ୍ଷ କୋଟି ଟଙ୍କା ଆସିପାରିବ ।