ଶ୍ରୀମୟୀଙ୍କୁ କାଉଣ୍ଟର କଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ବିଜେଡିର ପ୍ରତିକ୍ରିୟା। ଶ୍ରୀମୟୀଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।
ପ୍ରମିଳା କହିଛନ୍ତି,ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ। କେତେବେଳେ ସନ୍ତୁଷ୍ଟ ଥିଲେ, କେମିତି ଅସନ୍ତୁଷ୍ଟ ହେଲେ। ଦଳ ଭିତରେ ଯିଏ ବିଶୃଙ୍ଖଳା କରିବ, ସଭାପତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ। ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ସନ୍ଥ, ସନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି, ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୁନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା। ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ। କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି। ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡୁଛନ୍ତି।