ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ 

 ଆନନ୍ଦପୁର: କେନ୍ଦୁଝର ଏବଂ ଭଦ୍ରକ ଉଭୟ ଜିଲ୍ଲାର ପ୍ରସିଦ୍ଧ ଶତାୟୁ ସଂସ୍କୃତ ଶିକ୍ଷକ ବା‚ାନିଧି ରଥଶର୍ମା (୧୦୨)ଙ୍କ ତାଙ୍କ ଆନନ୍ଦପୁର ସୁଆଁପଦା ଶାସନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କର୍ମକାଣ୍ଡ ପ୍ରବୀଣ, ବାଗ୍ନୀ ସ୍ୱର୍ଗତ ରଥଶର୍ମା ଗତ କିଛି ବର୍ଷ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ରଥ ଶର୍ମା ଭଦ୍ରକ ମଞ୍ଜୁରୀରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର ବିଏନ ହାଇସ୍କୁଲ, କେନ୍ଦୁଝର ଡିଏନ ହାଇସ୍କୁଲରେ ଶିକ୍ଷକତା କରି ସରକାରୀ ଚାକରିରୁ ଅବସର ନେଇଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ମାତ୍ରେ ସ୍ୱର୍ଗତ ରଥଶର୍ମାଙ୍କ ଅଗଣିତ ଛାତ୍ରଛାତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୈତୃକ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ, ପ୍ରମୋଦ, ବିଶ୍ୱରଞ୍ଜନ,ପୁତ୍ରବଧୂ ମଞ୍ଜୁଲତା, ଧରିତ୍ରୀ, ମାମା,ନାତି, ନାତୁଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।