ମରାମତି ହେଲା ନଳକୂପ

ପାଣିକୋଇଲି: କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତ ଧନପୁର ଗ୍ରାମର ୨୧ନଂ ୱାର୍ଡରେ ଅଚଳ ହୋଇପଡ଼ିଥିବା ନଳକୂପ ସଚଳ ହୋଇଛି । ଅଚଳ ଅବସ୍ତାରେ ପଡ଼ିରହିଥିଲା ବେଳେ ପାଣିପାଇଁ ନାହିଁ ନଥିବା ହଇରାଣ ହେଉଥିଲେ ୱାର୍ଡବାସୀ । ବିଭାଗ ସହିତ ଯୋଗାଯୋଗ କଲେ ମଧ୍ୟ ଅଧିକାରୀ ନୀରବ ଦ୍ରଷ୍ଟା ପାଲଟି ଯାଇଥିଲେ । ଏନେଇ ଖବର ପ୍ରସାରିତ ହେବାପରେ ଅଧିକାରୀ ଓ ସରପଞ୍ଚଙ୍କ ନିଦ ଭାଙ୍ଗିଥିଲା । ଖବର ପ୍ରକାଶନର ଆଠଦିନ ଭିତରେ ନୂଆ ନଳକୁପ ବସାଇଛି ବିଭାଗ ।