ଗୋଚାଲାଣ ବିରୁଦ୍ଧରେ ଏତଲା

ଧର୍ମଶାଳା : ଏହି ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରୁ କୋଲକତାତାକୁ ବ୍ୟାପକ ଗୋଚାଲାଣ ହେଉଛି । ଏଭଳି ଅଭିଯୋଗ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଅଣାଯାଇ ଥାନାରେ ଅଭିିଯୋଗ କରାଯାଇଛି । ଅଭିଯୋଗ ମୁତାବକ ନେଉଳପୁର ପଞ୍ଚାୟତ ଅଧିନ କଣ୍ଟାବଣିଆ ଗ୍ରାମର ସେକ କାଲା ଓ ତାର ପୁଅ ସେକ ସାହିଲ ଦୀର୍ଘ ଦିନ ହେଲା ଧର୍ମଶାଳା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଗାଇ, ବଳଦ ଓ ଷେଣ୍ଢଙ୍କୁ ସ୍ଥନୀୟ କେତେକ ଯୁବକଙ୍କ ସହାୟତାରେ ନେଉଳପୁର ଇଦଗାହା ପଡିଆ ନିକଟରେ ରଖିଥାନ୍ତି । ଏଠାରେ ପାଖା ପାଖି ୨ଶହରୁ ଅଧିକ ଗୋରୁ ଏକ ସାଙ୍ଗରେ ଗୋଟିଏ ସ୍ଥାନରେ ଅତି ନିଷ୍ଠୁର ଭାବେ କୋଲକତାକୁ ଚାଲାଣ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ହିନ୍ଦୁ ସଙ୍ଗଠନ ଓ ବଜରଙ୍ଗଦଳର ପ୍ରଖଣ୍ଡ ସଭାପତି ବିବେକାନନ୍ଦ ଜେନାଙ୍କ ନେତୃତ୍ୱରେ ଦଳର କାର୍ଯ୍ୟକର୍ତା ଘଟଣାରେ ସମ୍ପୃକ୍ତ ଅଭିିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।