ପସ୍କୋ ଅଦାଲତ ଓ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ଦାବି
ଆସିକା: ଆସିକା କୋର୍ଟରେ ନବନିର୍ବାଚିତ ଆଇନଜୀବୀ ସଂଘର ସଭାପତି, ସମ୍ପାଦକ, ଉପସଭାପତି, ଯୁଗ୍ମ ସମ୍ପାଦକ,କୋଷାଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରହିତ୍ୟରେ ପୂର୍ବତନ ସଭାପତି ରବୀନ୍ଦ୍ର ନାଥ ଶର୍ମା ନବ ର୍ନିବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲା । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ନୂତନ ସଭାପତି ସୁଧାଂଶୁ ପଣ୍ଡା, ସମ୍ପାଦକ ବିଦେଶୀ ନାହାକ, ଯୁଗ୍ମ ସମ୍ପାଦକ ରାଘବ କୁମାର ନାୟକ, ଉପସଭାପତି ପ୍ରଭାତ ପାଢ଼ୀ, ହିସାବ ରକ୍ଷକ ସନ୍ତୋଷ ମିଶ୍ର, ଲାଇବ୍ରେରୀ ସମ୍ପାଦକ ସିମାଞ୍ଚଳ ସେଠୀ, କାଳୀ ଚରଣ ଦାଶ, ଜୟ ଚନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ରହିଥିଲେ । ନୂତନ ଭାବେ ଦାୟିତ୍ୱ ନେଇଥବା ଓକିଲ ସଂଘର କର୍ମକର୍ତ୍ତାମାନେ ପ୍ରଥମେ ଆସିକାରେ ଋଷିକୂଲ୍ୟା ଜିଲ୍ଲା ଗଠନ ଉପରେ ପ୍ରାଥମିକ ଦିଆଯିବ । ଏଥି ସହିତ ସର୍ବ ପୁରାତନ ଆସିକା କୋର୍ଟରେ ପରିବାର ଅଦାଲତ, ପସ୍କୋ ଅଦାଲତ ଓ ଭିଜିଲାନ୍ସ ଅଦାଲତର ପ୍ରତିଷ୍ଠା ଦାବି ନେଇ ରାଜ୍ୟ ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଲଳିତ ମୋହନ ଦାଶ, ଶରତେନ୍ଦୁ ପଣ୍ଡା, ସୂର୍ଯ୍ୟ ପ୍ରକାଶ ରାଓ, ସରୋଜ କୁମାର ତ୍ରିପାଠୀ, ପି ଶିବ ଶଙ୍କର ପାତ୍ର, ରବୀନ୍ଦ୍ର ପାତ୍ର, କୋକରମ ରାଓ, ହର୍ଷ ରଞ୍ଜନ ପାଢ଼ୀ, ମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।