ଜଳିଗଲା ୨ ବଖରା
ନୀଳଗିରି: ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଅଧୀନ ବାରାଗଡିଆ ଗ୍ରାମରେ ହଠାତ୍ ନିଆଁ ଲାଗିଯିବା କାରଣରୁ ଜଣେ ଦିନମଜୁରିଆ ଅସହାୟ ହୋଇପଡ଼ିଛନ୍ତି । ସୂଚନାଅନୁଯାୟୀ ରବିବାର ଅପରାହ୍ନ ପ୍ରାୟ ଦୁଇଘଣ୍ଟିକା ସମୟରେ ବାରାଗଡିଆ ଗ୍ରାମର ଯୁଗେନ୍ଦ୍ର ସିଂଙ୍କ ପୁଅ ଶ୍ରୀକାନ୍ତ ସିଂ ଧାନ କାଟିବାପାଇଁ ନିଜ ସ୍ତ୍ରୀ ସହିତ ବିଲକୁ ଯାଇଥିବା ବେଳେ ଘରେ କେହି ନଥିଲେ । ହଠାତ୍ ଅପରାହ୍ନ ପ୍ରାୟ ୨ଟା ସମୟରେ ନିଜ ଚାଳଘର ନିଆଁରେ ପୋଡିଯାଉଥିବା ଗାଁ ଲୋକଙ୍କ ଠାରୁ ଖବରପାଇ ଆସି ନିଜଘର ହୁତୁହୂତୁ ହୋଇ ଜଳିଯାଉଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକ ନୀଳଗିରି ଅଗ୍ନିଶମବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସଂପୃକ୍ତ ଯୁବକଜଣକ ଜଣେ ଦିନମଜୁରିଆ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ଓ ବେସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଥିସହିତ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।