ନଦୀ ପଠାରୁ ଶବ ମିଳିବା ଘଟଣା ତିନି ଅଭିଯୁକ୍ତ ଗିରଫ, ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ କଲାନି ପୋଲିସ

ନଦୀ ପଠାରୁ ଶବ ମିଳିବା ଘଟଣା ତିନି ଅଭିଯୁକ୍ତ ଗିରଫ, ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ କଲାନି ପୋଲିସ

ଭୁବନେଶ୍ୱର: ଦୟାନଦୀ ପଠାରୁ ଯୁବତୀଙ୍କ ଶବ ମିଳିବା ଘଟଣାରେ ଧଉଳି ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦର ସେକ୍‌ ରାଜୁ, ଓବୈଦୁର ରହେମାନ ଓ ସେକ୍‌ ଜୁନାରୁଲ । ଏମାନେ ସମସ୍ତେ ଧଉଳି ଥାନା ଅ ଳରେ ରହି ଶ୍ରମିକ ଭାବେ କାମ କରୁଥିଲେ । ପୋଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ସ୍ପଷ୍ଟ କରିନାହିଁ ।

ପୋଲିସ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁର୍ସିଦାବାଦ ଅ ଳର ସେକ ରାଜୁ ହେଉଛନ୍ତି ଜଣେ ଠିକାଦାର । ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ପକ୍କା ଘର ମରାମତି କାମ କରନ୍ତି । ଅଭିଯୋଗ ଅନୁସାରେ ତାଙ୍କ ପାଖରେ ଲେବର ଭାବେ କାମ କରୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅ ଳର ହୀନ ଡାକୁଆ । ସବୁବେଳେ ନୁହେଁ, ବେଳେ ବେଳେ ତାଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି । ତେଣୁ ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା । ହୀନଙ୍କ ଘରକୁ ଯିବା ଆସିବା ଭିତରେ ରାଜୁ ତାଙ୍କ ଝିଅ ଭାଗ୍ୟ ଡାକୁଆଙ୍କ ପ୍ରେମରେ ପଡିଯାଇଥିଲେ । ଭାଗ୍ୟ ମଧ୍ୟ ରାଜୁଙ୍କୁ ପ୍ରେମ କରୁଥିଲେ । ଆଜିକୁ ୪ ମାସ ତଳେ ରାଜୁଙ୍କ ସହିତ ଭାଗ୍ୟ ଘର ଛାଡି ପଳାଇ ଯାଇଥିଲେ । ହୀନ ଏ ସମ୍ପର୍କରେ ଜାଣି ଚୁପ୍‌ ରହିଥିଲେ ।

ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡରେ ଘର ଭଡା ନେଇ ରହୁଥିଲେ । ଭୁବନେଶ୍ୱରରେ ରହଣୀ ସମୟରେ ଭାଗ୍ୟ କେବେହେଲେ ଘରକୁ ଫୋନ୍‌ କରୁନଥିଲେ । ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ । ତେବେ ଗତ ୪ ତାରିଖ ସନ୍ଧ୍ୟା ବେଳେ ଭାଗ୍ୟ ବାପ ଘରକୁ ଫୋନ୍‌ କରିଥିଲେ । ଆଉ ମାଆଙ୍କୁ କହିଥିଲେ ୭ ତାରିଖରେ ଘରକୁ ଫେରୁଛନ୍ତି । ଝିଅଠାରୁ ଏକଥା ଶୁଣିବା ପରେ ମାଆ ଚିନ୍ତାରେ ପଡିଥିବା ବେଳେ ସେ ଫୋନ କାଟି ଦେଇଥିଲେ ଭାଗ୍ୟ । ତା’ପରେ ଆଉ ତାଙ୍କ ଫୋନ୍‌ ଲାଗିନଥିଲା ।

ରବିବାର ରାତିରେ ରାଜୁ ଓ ତାଙ୍କର ୨ ସହଯୋଗୀ ଭାଗ୍ୟଙ୍କୁ ଧରି ଦୁଇଟି ବାଇକ୍‌ରେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲେ । ବାଇକ୍‌ରେ ବସିଥିବା ବେଳେ ଭାଗ୍ୟଙ୍କ ଗୋଡ ଘୁଷୁରୁଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ସେମାନେ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ରାଜୁ ଓ ତାଙ୍କ ସହଯୋଗୀମାନେ କିଛି ଶୁଣିନଥିଲେ । ଦ୍ରୁତ ଗତିରେ ଦୟା ନଦୀ ଅଭିମୁଖେ ପଳାଇ ଯାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡାଇଥିଲେ ।

ତେବେ ଦୟା ନଦୀ କୂଳ ମାଟି ରାସ୍ତାରେ ରାଜୁ ଓ ତାଙ୍କ ସାଥୀଙ୍କ ବାଇକ୍‌ର ଚକା ସ୍ଲିପ୍‌ କରିଥିଲା । ଯାହାଫଳରେ ସେମାନେ ପଡି ଯାଇଥିଲେ । ଧରା ପଡିଯିବା ଭୟରେ ଭାଗ୍ୟ ଓ ବାଇକ୍‌କୁ ଛାଡି ରାଜୁ ଏବଂ ତାଙ୍କ ସାଥୀମାନେ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ଏନେଇ ଧଉଳି ଥାନା ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହ ି ଭାଗ୍ୟଙ୍କୁ ଉଦ୍ଧାର କରି ମେଡିକାଲ୍‌ ନେଇଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ପାଖରେ ଥିବା ଆଧାର କାର୍ଡରୁ ତାଙ୍କର ପରିଚୟ ମିଳିଥିଲା । ପରେ ପୋଲିସ୍‌ ଭାଗ୍ୟଙ୍କ ବାପା ହୀନଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା । ତାଙ୍କ ସହ ଯୋଗାଯୋଗ କରିବା ପରେ ପୋଲିସ୍‌ ପୂରା ତଥ୍ୟ ପାଇଥିଲା ।

ପୋଲିସ ଏନେଇ ୩୦୨, ୩୦୬, ୨୦୧ ଓ ୩୪ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ପୋଲିସ ଆଜି ରାଜୁ ସମେତ ୩ଜଣଙ୍କୁ ଗିରଫ କରିଛି । ଗିରଫ ପରେ ରାଜୁ ପୋଲିସକୁ କହିଛି, ସେ କାମରୁ ଫେରିବା ବେଳକୁ ଭାଗ୍ୟ ଫ୍ୟାନରେ ଝୁଲୁଥିଲା । ଭୟରେ ସେ ରଶୀକୁ କାଟି ଶବକୁ ତଳେ ଶୁଆଇ ଦେଇଥିଲା । ପରେ ସହଯୋଗୀଙ୍କୁ ଡାକି ତାକୁ ଫିଙ୍ଗି ଦେବାକୁ ନେଉଥିବା ବେଳେ ଲୋକେ ଦେଖିଥିଲେ । ଧରାପଡିବା ପରେ ସେ ଶବ ଛାଡି ପଳାଇଥିଲେ । ତେବେ ଏହା ହତ୍ୟା ନା ଆତ୍ମ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ୟମ ତାହା ଜାଣିବାରେ ପୋଲିସ ସକ୍ଷମ ହୋଇପାରିନାହିଁ ।