ପିସିଆର ହାବିଲଦାରଙ୍କୁ ଇଟାରେ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୫ା୫ : ମଦ ପି ଗାଳିଗୁଲଜ କରୁଥିବା ଖବର ପାଇ ଘଟଣା ସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ପିସିଆର ହାବିଲଦାର ଅଭିଯୁକ୍ତକୁ ବୁଝାସୁଝା ବେଳେ ଅଭିଯୁକ୍ତ ଉତ୍ୱକ୍ତ ହୋଇ ଏକ ଇଟାରେ ହତ୍ୟା କରିବା ଉଦେଶ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଏୟାରପୋର୍ଟ ଭିମପୁର ବସ୍ତିର ପଠାଣୀ ସାହୁ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ରାମଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ ଥାନାରେ ପିସିଆର ହାବିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି । ଅଭିଯୁକ୍ତ ଜଣକ ଫାଳିକିଆ ବସ୍ତିରେ ମଦ ପି ଲୋକଙ୍କୁ ଗାଳି ଗୁଲଜ କରୁଥିବାର ପୁଲିସ କଣ୍ଟୋଲ ରୁମରୁ ସୂଚନା ପାଇବା ପରେ ରାମ ଚନ୍ଦ୍ର ତୁରନ୍ତ ପିସିଆର ବୋଲେରୋରେ ଥାନାର ପୁଲିସ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚିଥିଲେ । ପରେ ଅଭିଯୁକ୍ତକୁ ବୁଝାସୁଝା କରୁଥିଲେ । ଏଥିରେ ଉତ୍ୱକ୍ତ ହୋଇ ଅଭିଯୁକ୍ତ ପିସିଆର କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ହାବିଲଦାର ରାମଙ୍କୁ ହତ୍ୟା କରିବା ଉଦେଶ୍ୟରେ ଏକ ଇଟା ଫୋପାଡି ଆକ୍ରମଣ କରିଥିଲା । ଏହି ସମୟରେ ରାମଚନ୍ଦ୍ର କୌଶଳ କ୍ରମେ ଆକ୍ରମଣରୁ ବର୍ତ୍ତୀ ଯିବାକୁ ଚେଷ୍ଟା କରିବା ସମୟରେ ଉକ୍ତ ଇଟା ଟି ପିସିଆର ବୋଲେରୋରେ ବାଜିଥିଲା ଓ ଗାଡିର କିଛି ଅଂଶ ନଷ୍ଟ ଯୋଇଯାଇଥିଲା । ଏନେଇ ରାମଚନ୍ଦ୍ର ଓ ପିସିଆର କର୍ମଚାରୀ ମାନେ ଅଭିଯୁକ୍ତକୁ କୌଶଳ କ୍ରମେ କାବୁ କରିବାରେ ସକ୍ଷମ ହୋଇଥିଲେ ।