ବିଳମ୍ବରେ ଫେରିଲେ ବୋଲି ଗରମ ପାଣି ଛାଟିଦେଲେ ଅଗ୍ନିଶମ ହାବିଲଦାର  ଗୁରୁତର କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି, ଅଫିସର ନିଲମ୍ବିତ


ାା ପ୍ରଭାନୁ୍ୟଜ୍ ।ା ସାରସକଣା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ । ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କଲେ କାର୍ଯ୍ୟରତ ହାବିଲଦାର । ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଁଚିଥିଲେ  । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ  ତାଙ୍କୁ ଗାଳିଗୁଲଜ କରିଥିଲେ  । ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ  । ଫଳରେ ତାଙ୍କର ଦୁଇ ଜଂଘ ଓ ଗୋଡରେ ଗରମ ପାଣି ବାଜି ସେ ଗୁରୁତର ଆହାତ ହୋଇଥିଲେ  । କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ବାଙ୍ଗିରିପୋଷୀ ଅଗ୍ନିଶମ କର୍ମଚାରୀଙ୍କୁ ଗରମପାଣି ଛାଟିବା ଘଟଣା ଖବର ପ୍ରସାରଣ ହେବାପରେ ବିଭାଗୀୟ ଉଚ୍ଚ ଅଧିକାରୀ ଅଭିଯୁକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗରମ ପାଣି ଛାଟିଥିବା ହାବିଲଦାର  ନୂତନ କୁମାର ମଲ୍ଲିକ ନିଲମ୍ବନ ସହ ବାଙ୍ଗିରିପୋଷି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି  ।ଏନେଇ କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ କଟକ ପକ୍ଷରୁ ନିଲମ୍ବନ ଆଦେଶ ଲାଗୁ କରିଥିବା ନେଇ ସୂଚନା  ମିଳିଛି ।