ହାତୀ ଉତ୍ପାତ: ଆତଙ୍କିତ ଢୋଲପୁରବାସୀ


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ହାତୀଙ୍କ ଉତ୍ପାତରେ ଆତଙ୍କିତ ହୋଇପଡ଼ିଛନ୍ତି ଔପଦା ବ୍ଲକ୍ ଦେବଗିରି ପାହାଡ଼ ପାଦଦେଶରେ ଥିବା ଢୋଲପୁର ଗ୍ରାମବାସୀ । ଅଧିକାଂଶ ଦିନ କୁଳଡିହା ଅଭୟାରଣ୍ୟର ବନ୍ୟଜନ୍ତୁମାନଙ୍କ ଦୌରତ୍ମ୍ୟ ଯଥା ହାତୀ ଆକ୍ରମଣ ଓ ଉପଦ୍ରବରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଅଞ୍ଚଳବାସୀ । କେତେବେଳେ ହାତୀ ଆକ୍ରମଣରେ ଶିକାର ହୋଇ ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି ।  ଏଭଳି ନିତିଦିନିଆ ଘଟଣାକୁ ପ୍ରତିହତ କରିବା ସହିତ ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ବାରମ୍ବାର ଆନେ୍ଦାଳନ ପନ୍ଥା ଗ୍ରହଣ କରିଛନ୍ତି । ମାତ୍ର କୌଣସି ସୁଫଳ ମିଳିପାରିନାହିଁ । ଗତ ସୋମବାର ବିଳମ୍ବିତ ରାତିରେ ଗୋଟିଏ ଦନ୍ତା ହାତୀ ଢୋଲପୁର ଗ୍ରାମରେ ପ୍ରବେଶ କରି ଧାନ ଚାଷ ଜମିରେ ବ୍ୟାପକ ନଷ୍ଟ କରିବା ସହ ବାଡ଼ିରେ ପଶି ପନିପରିବା କ୍ଷତି କରିଥିବା ସୂଚନା ମିଳିଛି  । ତେବେ ହାତୀଟି ଜଙ୍ଗଲ ମଧ୍ୟକୁ ଯାଇନପାରି ଉକ୍ତ ଗ୍ରାମର ପୂର୍ଣଚନ୍ଦ୍ର ରାଉତଙ୍କ ଆଜବେଷ୍ଟସ ଗୁହାଳ ଘରକୁ ଶୁଣ୍ଢରେ ଉପାଡ଼ି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ ଗାଁରେ ଅସନ୍ତୋଷ ଦେଖାଦେଇଥିବା ବେଳେ ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । ଖବର ପାଇ କୁଳଡିହା ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ପାହାଡ଼ ପାଦଦେଶରେ ସ୍ଥାୟୀ ସୌରବାଡ଼ ନିର୍ମାଣ ସହିତ ଟ୍ରେଞ୍ଜ ନିର୍ମାଣ କଲେ ଜଂଗଲୀ ଜନ୍ତୁଙ୍କ ପ୍ରାଦୃଭାବରୁ ରକ୍ଷା ମିଳିପାରିବ ବୋଲି ଗ୍ରାମବାସୀ ରେଞ୍ଜରଙ୍କ ଠାରେ ଦାବି ରଖିଥିବା ସୂଚନା ମିଳିଛି ।