ନବ ଦାସ ହତ୍ୟା ଘଟଣା : କ୍ରାଇମ୍‌ସ୍ପଟ୍‌ ଯାଇ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର କରୁଛି ଖୋଳତାଡ  । ଆଜି କ୍ରାଇମ୍‌ସିନ୍‌ରେ ପହଞ୍ଚି  କ୍ରାଇମ୍‌ବ୍ରାଞ୍ଚ୍‌ର ନୂଆ ତଦନ୍ତ ଅଧିକାରୀ ତଦନ୍ତ କରୁଛନ୍ତି । ଗତଦୁଇ ଦିନ ଧରି ଝାରସୁଗୁଡ଼ାରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ତଦନ୍ତ ଚଳାଇଛି। ପୁଣି ନବ ଦାସ ହତ୍ୟାକାଣ୍ଡର  କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଛି । ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ପଚରାଉଚରା କରିଛି ।