ଓଡିଶାରେ ରହିଛି ଅନେକ ସୁନାଖଣି

ଓଡିଶାରେ ରହିଛି ଅନେକ ସୁନାଖଣି
ଭୁବନେଶ୍ୱର:  ଓଡ଼ିଶାରେ ରହିଛି ସୁନା । କେନ୍ଦୁଝର, ଦେବଗଡ଼ ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ,ମାଲକାନଗିରି,  ସମ୍ବଲପୁର, କୋରାପୁଟ ଏବଂ ବୌଦ୍ଧ ଜିଲାରେ ବି ସୁନା ଖଣି ରହିଛି। ସେହିଭଳି ମୟୂରଭଞ୍ଜ ଜିଲାର ସୁରିଆଗୁଡ଼ା, ଯଶିପୁର, ରୁଆଁସି, ଇଡେଲକୁଚା, ମାରେଡିହି ଏବଂ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ବେଷଣ ନିମନ୍ତେ ଅନୁସନ୍ଧାନ ଜାରି ରହିଛି। ପୂର୍ବରୁ ରାଜ୍ୟରେ ଦେବଗଡ଼ ଜିଲାର ଆଡ଼ାସ-ରାମପାଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ସ୍ତରରେ ଅନ୍ବେଷଣ କଲାବେଳେ ସୁନାର ସନ୍ଧାନ ମିଳିଛି। ତେବେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ସଲେଇକଣା, ମାଙ୍କଡ଼ଚୁଆଁ, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ଲାଗି ଅନୁସନ୍ଧାନ ଜାରି ରହିଥିବା ନେଇ  ଖଣି ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।