ଛାତ୍ରୀ ଆତ୍ମାହୁତି ଘଟଣା: ବାଲେଶ୍ବର ଯିବେ କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର : ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ। ଅନ୍ୟପଟେ ଆଜି ବାଲେଶ୍ବର ଯିବେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା ହେବ। ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ICC କମିଟି ସହ ଆଲୋଚନା କରାଯିବ।