ଇସ୍ତଫା ଦେବା ପରେ ସସପେଣ୍ଡ୍ :ପ୍ରଫୁଲ୍ଲ ମଲ୍ଲିକ

ଇସ୍ତଫା ଦେବା ପରେ ସସପେଣ୍ଡ୍ :ପ୍ରଫୁଲ୍ଲ ମଲ୍ଲିକ


ବିଜେଡିରୁ ନିଲମ୍ବନ ପରେ ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା । ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ ନେଇ ଥାଇପାରନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି । ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉ ନଥିଲି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି । ଏବେ କୌଣସି ଦଳକୁ ଯିବାକୁ ମନ କରିନାହିଁ ବୋଲି କହିଛନ୍ତି କାମାକ୍ଷାନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।