ପ୍ରକାଶ ପାଇଲା ବରଗଡ଼ ସିବିଏସଇ ପରୀକ୍ଷାଫଳ : ଅସାଧୁ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର  : ନିକଟରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡÿ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା  । ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା  । ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ସେଥିମଧ୍ୟରୁ ୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି  । 
ଭୁବନେଶ୍ୱରସ୍ଥିତ ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିବା ପରେ ସିବିଏସଇ ଏହି ଘଟଣାର ତଦନ୍ତ ପାଇଁ ଏକ ସବ୍କମିଟି ଗଠନ କରିଥିଲା  । କମିଟି ସମସ୍ତ ପ୍ରମାଣ, ଉତ୍ତର ପୁସ୍ତକ, ବିଭିନ୍ନ ରିପୋର୍ଟ, ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବା ପରେ ବରଗଡ଼ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ଅସାଧୁ ଉପାୟରେ ପରୀକ୍ଷା ପରିଚାଳନା ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲା  ।  ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି  । ପରୀକ୍ଷା ପରିଚାଳନାରେ ଅନିୟମିତତା କାରଣରୁ କଠୋର ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେଉଥିବା ରାଜ୍ୟ ସରକାର ଅନୁଭବ କରିଛନ୍ତି  । ଶିକ୍ଷା ବୋର୍ଡÿର ସୁପାରିଶ ଅନୁସାରେ, ରାଜ୍ୟ ସରକାର ସମ୍ପୃକ୍ତ ଘଟଣାରେ ଜଡ଼ିତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ମିଳିଛି  । କେନ୍ଦ୍ରୀୟ ଶିକ୍ଷା ବୋର୍ଡÿର ୨୬ା୫ା୨୦୨୫ ତାରିଖ ରିପୋର୍ଟ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀମାନେ ଅସାଧୁ ଉପାୟରେ ପରୀକ୍ଷା ଦେଇଛନ୍ତି, ସେମାନେ ୧୫ ଜୁଲାଇ ୨୦୨୫ରୁ ଅନୁଷ୍ଠିତ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ କିମ୍ବା ୨୦୨୬ରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡÿର ବାର୍ଷିକ ମୁଖ୍ୟ ପରୀକ୍ଷା ଦେଇପାରିବେ  । ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାର ଶୂନ୍ୟ ସହନଶୀଳତାକୁ ପ୍ରାଧାନ୍ୟ ଦେଇଛନ୍ତି ଏବଂ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ କୌଣସି ସମସ୍ୟା ନହୁଏ ସେନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦୃଢ଼ ପ୍ରତିବଦ୍ଧ  ।