କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍ ଚଳାଚଳ ବନ୍ଦ
ସରକାରୀ ବସ୍ ମାତ୍ର ୨ ଦିନ ଚାଲିଲା , ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍ ବନ୍ଦ କରିବାର କାରଣ କ’ଣ ? ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ । କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମାର୍ଚ୍ଚ ୨୪ରେ କଟକଠାରୁ ଦାରିଙ୍ଗବାଡ଼ିକୁ ସରକାରୀ ଶୀତତାପ ନିୟନ୍ତ୍ରଣ ବସ୍(OSRTC) ଚଳାଚଳ ଆରମ୍ଭ ହୋଇଥିଲା ମାତ୍ର ୨ ଦିନ ସେହି ବସ୍ ଚଳାଚଳ କରିବା ପରେ ହଠାତ ବସ୍କୁ ବନ୍ଦ କରିଦିଆଯାଇଛି। ପ୍ରଥମଥର ପାଇଁ ବ୍ଲକ୍ ହେଡକ୍ୱାର୍ଟରଠାରୁ ରାଜ୍ୟ ହେଡ୍କ୍ୱାର୍ଟର ଓ କଟକକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଥିବା ବସ୍ ଯାତାୟାତ ବ୍ୟବସ୍ଥା କରାଯାଇଥିବା ବେଳେ ହଠାତ କାହିଁକି କେଉଁ କାରଣରୁ ବନ୍ଦ କରିଦିଆଯାଉଛି ସେ ନେଇ ଜନସାଧାରଣ ଜାଣିପାରିନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଉକ୍ତ ବସ୍ ଚଳାଚଳ କଲେ ସାଧାରଣ ଲୋକମାନେ କମ୍ ଖର୍ଚ୍ଚରେ ଯାତାୟାତ କରୁପାରୁଥିଲେ ଘରୋଇ ବସ୍ଭଡ଼ାଠାରୁ ସୁବିଧା ଦର୍ରେ ଯାତାୟାତ କରୁଥିବା ଯାତ୍ରୀ ପୁଣି ସେହି ଘରୋଇ ବସ୍ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।
ଏନେଇ କଟକ ଜିଲା ପରିବହନ ଅଧିକାରୀ ଶ୍ରୀନିବାସ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, କଟକଠାରୁ ଦାରିଙ୍ଗବାଡ଼ି ବସ୍କୁ ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ହେଲା ତେବେ କିଏ ଏହି ନିର୍ଦ୍ଦେଶ ଦେଲେ ତାହା କହିବାକୁ ସେ ମନା କରିଦେଇଛି। ସେହିପରି କଟକଠାରୁ କଳିଙ୍ଗିଆ, ରାଇକିଆ ଦେଇ ବାଲିଗୁଡ଼ା ପର୍ଯ୍ୟନ୍ତ ସରକାରୀ ବସ୍ ଚଳାଚଳ କରୁଥିଲା ସେହି ବସ୍ ଦୁର୍ଘଟଣା ଘଟିବା ପରେ ବନ୍ଦ ଅଛି ତାକୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଯାତାୟାତ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସେ କହିଛନ୍ତି ଯେ, ସରକାରୀ ବସ୍ ଚଳାଚଳ ପାଇଁ ଦାରିଙ୍ଗବାଡ଼ିରୁ ପ୍ରସ୍ତାବ ଆସିଲେ ତାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କଟକ ଜିଲା ପରିବହନ ଅଧିକାରୀ ପାଣିଗ୍ରାହୀ କହିଛନ୍ତି।