୭୮ତମ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶ : ‘ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ'କୁ ମୋଦିଙ୍କ ଆହ୍ୱାନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଉପସ୍ଥିତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଏହି ବର୍ଷର ବିଷୟବସ୍ତୁ ‘ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ' ଉପରେ ଆଲୋକପାତ କରିଥିଲେ । ଏହା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ଗୁରୁତ୍ୱାରୋପ କରିଥିଲେ । ସେ ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶରେ ତାଙ୍କର ଅଭିଭାଷଣକୁ ମନେ ପକାଇଥିଲେ, ଯେଉଁଠାରେ ସେ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ବିଷୟରେ ଉଲ୍ଲେଖ କରିଥିଲେ ।
ଭାରତର ସ୍ୱାସ୍ଥ୍ୟ ସଂସ୍କାରର ମୂଳରେ ରହିଥିବା ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱାରୋପ କରି ମୋଦି, ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟବୀମା ଯୋଜନା, ଆୟୁଷ୍ମାନ ଭାରତ ଉପରେ ଆଲୋକପାତ କରିଥିଲେ । ଯାହା ୫୮୦ ନିୟୁତ ଲୋକଙ୍କୁ ପରିସରଭୁକ୍ତ କରେ ଏବଂ ମାଗଣା ଚିକିସôା ପ୍ରଦାନ କରେ । କାର୍ଯ୍ୟକ୍ରମକୁ ସମ୍ପ୍ରତି ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାର କରାଯାଇଛି ବୋଲି ସେ କହିଥିଲେ । ସେହିପରି ଦେଶରେ ସରକାରୀ ଔଷଧ ଦୋକାନର ଭୂମିକା, ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଟିକାକରଣକୁ ଟ୍ରାକ୍ କରୁଥିବା ଡିଜିଟାଲ ପ୍ଲାଟଫର୍ମ ଏବଂ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଭାରତର ମାଗଣା ଟେଲିମେଡିସିନ୍ ସେବା ଉପରେ ଆଲୋକପାତ କରିଥିଲେ । ଜୁନ୍ରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବିଶ୍ୱ ଅଂଶଗ୍ରହଣକୁ ଉସôାହିତ କରିଥିଲେ । ସେ ଏହି ବର୍ଷର ବିଷୟବସ୍ତୁ 'ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ' ଉପରେ ଆଲୋକପାତ କରିଥିଲେ ଏବଂ ଯୋଗର ଜନ୍ମସ୍ଥାନ ଭାବରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରି ସମସ୍ତ ଦେଶକୁ ନିମନ୍ତ୍ରଣ କରିଥିଲେ ।