ପୁରୁଣା ସିଟି ବିଇଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 


ାା ପ୍ରଭାନୁ୍ୟଜ ।ା ସୋର: ପୁରୁଣା ସିଟି ବିଇଡି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସାକ୍ଷାତ କରି ସଂଘର ଦାବି ସଂପର୍କରେ ଆଲୋଚନା କରିଥିଲେ । ମହାସଂଘର ସଭାପତି ସୋରର ଗୋପବନ୍ଧୁ ମୁଦୁଲି ଏବଂ ରାଜ୍ୟ ସାଧାରଣ ସଂପାଦକ କାହ୍ନୁ ଚରଣ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରି୧୯୯୦ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ ସିଟି ଏବଂ ବିଇଡି ତାଲିମ ପ୍ରାପ୍ତମାନେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବା କାରଣରୁ ନିଯୁକ୍ତିରୁ ବଞ୍ଚôତ ହୋଇଥିବା ୧୦ ହଜାର ବେକାର ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ରେ ନିଯୁକ୍ତି ଦେବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ଗତ ସରକାର ଏହି ଦାବିକୁ ଗ୍ରହଣ କରି ଟାଳଟୁଳ ନୀତି ଅବଲମ୍ବନ କରି ଏହି ନିଯୁକ୍ତି ପ୍ରକ୍ରିୟାକୁ ପୂରଣ କରିନଥିଲେ । ଚାକିରିକୁ ଅପେକ୍ଷା କରି ବୟସ ହରେଇଥିବା ଏହି ତାଲିମପ୍ରାପ୍ତମାନଙ୍କର କୌଣସି ଜୀବିକାର୍ଜନ ପାଇଁ ପନ୍ଥା ନଥିବାରୁ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହିତ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ଦାବିକୁ ଗ୍ରହଣ କରି ଏହାର ଯଥାର୍ଥତା ଅନୁଭବ କରିବା ସହିତ କମ୍ଦିନ ମଧ୍ୟରେ ଏହି ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୋରର ମୁଖ୍ୟକାର୍ଯ୍ୟାଳୟରୁ ସଭାପତି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ କେନ୍ଦୁଝରରୁ ନରେଶ ମହନ୍ତି ଏବଂ ନରେନ୍ଦ୍ର ମହାରଣା ଯୋଗ ଦେଇଥିଲେ ।