ଋଣ ଭାର ସହି ନ ପାରି ଯୁବକଙ୍କ ଆତ୍ମହତ୍ୟା
ସୋର : ସୋର ଥାନା ମୁକ୍ତେଶ୍ୱରପୁର ଗ୍ରାମରେ ଋଣ ଭାର ସହି ନ ପାରି ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଏହି ଗ୍ରାମର ଭଗବାନ ଦାସ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଦୁଇ ବର୍ଷ ହେବ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିଲେ । ଫଳରେ କାମ ଧନ୍ଦା କରି ନ ପରି ଋଣ ଗ୍ରସ୍ତ ହୋଇ ପଡ଼ିଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତିରେ ଘର ପଛପଟେ ଥିବା ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ସେଠାରେ ଝୁଲୁଥିବା ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଆଜି ମଧ୍ୟାହ୍ନରେ ସୋର ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।