ଚତୁର୍ଥ ବାର୍ଷିକ ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ ଜେନାପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଯାଜପୁର ଜିଲ୍ଲାର ୫୮ଟି ଉଚ୍ଚ ବିଦ୍ୟାଳୟର୧୩୫ଜଣ ପିଲା ଭାଗ ନେଇଥିଲେ । ସକାଳ୧୦-୧୨ଘଟିକା ଯାଏଁ ସମାନ୍ତରାଳ ଭାବେ କବିତା ଲିଖନ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କ୍ୱିଜ କାର୍ଯ୍ୟକ୍ରମ ଓ ଏହା ପରେ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅତିଥି ଭାବେ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ଅଧ୍ୟାପକ ମନୋଜ ଧୀର, ସମାଜସେବୀ ଅଜୟ ଦାସ, ଶିକ୍ଷକ ରଞ୍ଜନ କୁମାର ନାୟକ, ନିତ୍ୟାନନ୍ଦ ନାୟକ, କାହ୍ନୁଚରଣ ସାହୁ, ରବୀନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଡ.ମନୋରଞ୍ଜନ ଶତପଥୀ, ଅଭାଞ୍ଜଳି ଶତପଥୀ, ଦେବୀ ପ୍ରସାଦ ଦାଶ, ସମାଜସେବୀ ପଦ୍ମନାଭ ଶତପଥି, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ମଲ୍ଲିକ, ଅଧ୍ୟାପିକା ଡ.ଅଭାରାଣି ବଳ, ଶିକ୍ଷୟିତ୍ରୀ ଦମୟନ୍ତୀ ମହାନ୍ତି, ରାଜ୍ୟ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଅଶୋକ କୁମାର ନାୟକ, ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ସରୋଜ କାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ୪ଟି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୨ଜଣ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶ ଗ୍ରହଣକାରୀ ଭାବେ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସଭାପତି ଜୟଦେବ ଶତପଥୀ ସଂଯୋଜନା ଓ ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।