ମଣ୍ଡିରେ ଧାନ କିଣା : ନହେଲେ ଧାରଣା ଚେତାବନୀ
ଯାଜପୁର: ରାଜ୍ୟରେ ଥିବା ଡବଲଇଂଜିନ ବିଜେପି ସରକାର ତାଙ୍କର ଶହେ ଦିନ ପୂର୍ତ୍ତିପାଳନ ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ସମସ୍ତ ଚାଷୀଙ୍କ ଠାରୁ କଟଣିଛଟଣି ଛାଡି ସମସ୍ତ ଧାନମଣ୍ଡି ଜରିଆରେ ୩୧ଶହ ଟଙ୍କାରେ ସରକାର ଧାନକିଣା ପ୍ରତିଶ୍ରୁତି କୋରେଇ ଅଞ୍ଚଳରେ ପ୍ରହସନରେ ପରିଣତ ହୋଇଛି । କିଛିଦିନ ହେବ ଲଘୁ ଚାପଜନିତ ବର୍ଷାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବ୍ଲକ ଅଧିନରେ ଥିବା ୧୮ ଗୋଟି ସୋସାଇଟିରେ ଥିବା ୫୪ ଜଣା ସଭ୍ୟଙ୍କୁ ଅଣଦେଖା ଘଟଣାକୁ କୋରେଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି ସାଧାରଣ ସମ୍ପାଦକ ଅଭିମନୁ୍ୟ ମିଶ୍ର, ଉପ ସଭାପତି ରାମଚନ୍ଦ୍ର ଦାଶ ଓ ସମ୍ପାଦକ ମନୋରଞ୍ଜନ ନାୟକ, ପଦ୍ମନାଭ ନାୟକ ପ୍ରମୁଖ ଦୃଢ଼ ସମାଲୋଚନା କରିବା ସହିତ ସମଗ୍ର ଜିଲାରେ ଧାନମଣ୍ଡି ନଖୋଲିବା ଦ୍ୱାରା ଚାଷୀମାନେ ଉପାୟ ନପାଇଁ ଆନ୍ଧ୍ର ଓ ଛତିଶଗଡରୁ ଆସୁଥିବା ଧାନବେପାରୀ ମାନଙ୍କୁ ବାଧ୍ୟହୋଇ ୧୮ଶହଟଙ୍କାରେ କୁଇଟାଲ ଧାନ ଦେବାକୁ ବାଧ୍ୟ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ନିମନ୍ତେ କୋରେଇ ସଂଗ୍ରାମସମିତି ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆ ଯାଇଛି । ଯଦି ଜାନୁଆରୀ ୧୦ ତାରିଖ ମଧ୍ୟରେ ୧୮ଗୋଟି ସୋସାଇଟିରେ ମଣ୍ଡି ଖୋଲି ଧାନକିଣା ନଯାଏ ବାଧ୍ୟ ହୋଇ ସମବାୟ ସମିତି ସମ୍ମୁଖରେ ଚାଷୀ ମାନେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।