Cyc‌lone Montha : ଗଜପତିରେ ୪ଦିନ ଶିକ୍ଷାନୁଷ୍ଠାନ ବନ୍ଦ

Cyc‌lone Montha : ଗଜପତିରେ ୪ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା  । ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି  । ଯାହାକୁ ନେଇ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି  । ୨୭ ତାରିଖ ଓରେଞ୍ଜ ୱାରନିଙ୍ଗ ଓ ୨୮ ତାରିଖ ରେଡ୍‌ ଆଲର୍ଟ ଜରି କରାଯାଇଛି  । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନର ବହିବାର ସମ୍ଭାବନା ଥିବାରୁ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି  । ତେଣୁ ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ କାଲି ଠାରୁ ୪ଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି  । 

କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା :- 
ବାତ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରତି ପଞ୍ଚାୟତରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି  । ସାତୋଟି ବ୍ଳକ୍‌ ଓ ଦୁଇଟି ସହରାଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି  । ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇଛି  । ପ୍ରାଥମିକ ସ୍ତରରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସ୍ତରରୁ ଦୁଇଟି ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ ଟିମକୁ ମୁତୟନ ପାଇଁ କୁହାଯାଇଛି  । ବର୍ଷା ସମୟରେ ଅତି ଜରୁରୀ ନହେଲେ ଘରୁ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି  । ଗ୍ରାମାଞ୍ଚଳରେ ମାଇକ ଜରିଆରେ ଲୋକଙ୍କୁ ସତର୍କ କରାଯାଉଛି  । ଜିଲ୍ଲାପାଳ ନିଜେ କଣ୍ଟ୍ରୋଲ ରୁମରେ ଦାୟିତ୍ୱ ନିୟନ୍ତ୍ରଣ କରୁଥିବା ନେଇ ସୂଚନା ଦେଇଛନ୍ତି  ।