ପାରାଦୀପରୁ ୭୦୦ କିଲୋମିଟର ଦୂରରେ ଅଛି ବାତ୍ୟା
cyclone update
ଭୁବନେଶ୍ୱର : ପାରାଦୀପ ଠାର୍ରୁ ୭୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ସେହିପରି ସାଗର ଦ୍ୱୀପ ଠାରୁ ଏହା ୭୭୦ କିମି ଦୂରରେ ରହିଛି । ବାଂଲାଦେଶର ଖେପୁପରା ଠାରୁ ଏହା ରହିଛି ୭୪୦ କିମି ଦୂରରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ତେବେ ଲଘୁଚାପ ଏବେ ଅବପାତ ଆଡ଼କୁ ଅଗ୍ରସର ହେଉଛି । ଆଜି ରାତି ବେଳକୁ ଏନେଇ ଆଇଏମଡ଼ି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିବ ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଲଘୁଚାପ ସୃଷ୍ଟିହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାରେ ଲାଗିଛି । ୨୨ ତାରିଖ ସକାଳ ବେଳକୁ ତାହା ଅବପାତର ରୂପ ନେବା ସହ ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେବ । ଏହାପରେ ତାହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପନେବ । ୨୪ ତାରିଖ ରାତି ଓ ୨୫ ତାରିଖ ଭୋରରେ ତାହା ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ଏହାଛଡ଼ା ୨୪ ଓ ୨୫ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।