କେଉଁଠି ମାଡ଼ ହେବ ବାତ୍ୟା ? ଜାଣନ୍ତୁ

cyclone update

କେଉଁଠି ମାଡ଼ ହେବ ବାତ୍ୟା ? ଜାଣନ୍ତୁ

ଭୁବନେଶ୍ୱର : ଦାନାର ଗତିପଥ ଧିରେଧିରେ ସ୍ପଷ୍ଟ ହେବାର ଲାଗିଛି  । ଭିତରକନିକା ଓ ଧାମରା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି  । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ  । ୨୪ ତାରିଖ ରାତିରେ ଏହା ତାଣ୍ଡବ ରଚିବ  ।

 ସମୁଦ୍ର ଭିତରେ ଏବେ ବାତ୍ୟା ‘ଦାନ’ ବଳ ଗୋଟାଇବାରେ ଲାଗିଛି  । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଗତିକରୁଛି  । ବର୍ତ୍ତମାନ ବାତ୍ୟା ଦାନା ପାରାଦୀପର ଦକ୍ଷିଣପୂର୍ବ ଦିଗରେ ୫୬୦ କିମି ଦୂରରେ ରହିଛି  । ସେହିପରି ସାଗର ଦ୍ୱୀପର ୬୩୦ କିମି ଦୂରରେ ଏହା ରହିଛି  । ଉତ୍ତର ପଶ୍ଚିମ ଦିଗରେ ଏହା ଗତିକରି ଭୟଙ୍କର ରୂପ ନେବ  । ଆସନ୍ତାକାଲି ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଭୟଙ୍କର ବାତ୍ୟାର ରୂପ ନେବ  । ତାହାପରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ, ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଅତିକ୍ରମ କରିବ  । ୨୪ ତାରିଖ ରାତିରେ ବାତ୍ୟା ସ୍ଥଳଭାଗ ଛୁଇଁବ  । ସେତେବେଳେ ପବନର ବେଗ ୧୦୦ କିମିରୁ ୧୨୦ କିମି ପର୍ଯ୍ୟନ୍ତ ରହିବ  ।