ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ : କୃଷି ବୃତ୍ତି ନୁହେଁ ଏହା ଆମ ସଂସ୍କୃତିର ଅଂଶ: ରାଜ୍ୟପାଳ
ଭୁବନେଶ୍ୱର : ଛାତ୍ରଛାତ୍ରୀ, କୃଷକ ମାନଙ୍କ ମଧ୍ୟରେ ତଥା ସମାଜରେ କୃଷି ଉଦ୍ୟମିତାକୁ ପ୍ରୋସôାହିତ କରିବା ପାଇଁ ଓୟୁଏଟି ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦୁ୍ୟତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ସବସିଡି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟି କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏପରି ପ୍ରକଳ୍ପ ପ୍ରୋଫାଇଲ୍ ଛାତ୍ରଛାତ୍ରୀ ଓ କୃଷକମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସମ୍ଭାବନା ବୁଝିବାରେ ସହାୟକ ହେବ ଓ ସେମାନଙ୍କୁ ଏପରି ଉଦ୍ୟୋଗ ଗୁଡିକୁ ଆପଣାଇବା ନିମନ୍ତେ ଉସôାହିତ କରିବ ବୋଲି କହିଥିଲେ । ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପରିଦର୍ଶନ କରିଥିବା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ନିଜର ଉପଲବ୍ଧି ଅବତାରଣା କରି ଚାଷୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଉଥିବା ତାଲିମକୁ ପ୍ରଶଂସା କରିଥିଲେ । ତାଲିମ ନେବା ପରେ ଅଳ୍ପ କେତେଜଣ ଚାଷୀ ଔଦ୍ୟୋଗିକ କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉଛି । ଯଦି ସମସ୍ତଙ୍କୁ ପ୍ରକଳ୍ପ ପ୍ରୋଫାଇଲ୍ ଦିଆଯାଇ ମାର୍ଗଦର୍ଶନ କରାଯାଏ ତାହେଲେ କୃଷି ଉଦ୍ୟୋଗ କାର୍ଯ୍ୟକଳାପରେ ଅଂଶ ଗ୍ରହଣ ବୃଦ୍ଧି ପାଇବ ବୋଲି ରାଜ୍ୟପାଳ କହିଥିଲେ ।
ଓୟୁଏଟି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କୃଷିକୁ ଭାରତର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଥିଲେ । ଆମ ଦେଶରେ କୃଷି ଏକ ବୃତ୍ତି ନୁହେଁ ଏହା ଆମ ସଂସ୍କୃତିର ଏକ ଅଂଶ ଏବଂ ଏହା ପରିବାର ସହିତ ଅର୍ଥନୀତିକୁକୁ ପ୍ରତିପାଳନ କରେ ବୋଲି କହିଥିଲେ । ପ୍ରକ୍ରିୟାକରଣ , ଭାଲୁ୍ୟ ଆଡିସନ, ମାର୍କେଟିଂ ଏବଂ ରପ୍ତାନୀରେ କୃଷିର ବର୍ଦ୍ଧିତ ପରିସର ଉପରେ ଆଲୋକପାତ କରି ସଠିକ୍ କୃଷି, ଜୈବ ପ୍ରଯୁକ୍ତି ବିଦ୍ୟା, କୃତି୍ରମ ବୁଦ୍ଧିମତ୍ତା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଜୈବିକ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରି ଭାରତ କିପରି ଏକ ଆମଦାନୀକାରୀ ରାଷ୍ଟ୍ରରୁ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି ତାହା ଅବତାରଣା କରିଥିଲେ । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ କୃଷିକୁ ପ୍ରୋସôାହିତ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ବିଧାୟକ ବାବୁ ସିଂହ ଏବଂ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଡିନ୍ ସମ୍ପ୍ରସାରଣ ଶିକ୍ଷା ଡ. ପ୍ରସନ୍ନଜିତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ରେଜିଷ୍ଟ୍ରାର ପ୍ରତିଭା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମାର୍ଟ ଚାଷୀ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଅଧିକାରୀ, କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁସ୍ତିକା ଉନ୍ମୋଚିତ ହୋଇଥିଲା ଓ ୱାଇଫାଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା ।